ନୂଆଦିଲ୍ଲୀ: ସପରିବାର ସହ ଏକାଠି ବୁଲିବା ହେଉ ଅବା ଜରୁରୀ କାମ ଆସିଲେ କାର୍ ସମସ୍ତଙ୍କୁ ଆବଶ୍ୟକ ପଡେ । ଏପଟେ ପକେଟକୁ ମଧ୍ୟ ଦେଖିବାକୁ ପଡେ । ତେଣୁ ଆମ ଭାରତ ବଜାରରେ ଏପରି କାର୍ ରହିଛି ଯାହାର ମୂଲ୍ୟ 5 ଲକ୍ଷରୁ କମ୍ ଅଟେ | ଆସନ୍ତୁ ଜାଣିବା ବଜେଟ୍ ଫ୍ରେଣ୍ତଲି କାର୍ ବିଷୟରେ..
Maruti Suzuki S-Presso
ଏହି କାରଟିର ଏକ୍ସ ଶୋ’ରୁମ୍ ମୂଲ୍ୟ ୪.୨୬ ଲକ୍ଷରୁ ଆରମ୍ଭ ହୋଇଥାଏ | S-Pressoରେ ଆଲ୍ଟୋ K10 ଇଞ୍ଜିନ୍ ରହିଛି | ଏହି କାରର ବେସ୍ ଭ୍ୟାରିଆଣ୍ଟ ୫ ଲକ୍ଷରୁ କମ୍ ଟଙ୍କା ପଡେ | S Pressoରେ ୧ଲିଟର ପେଟ୍ରୋଲ ଇଞ୍ଜିନ୍ ଅଛି, ଯାହା 68PS ପାଓ୍ବାର ଏବଂ 90Nm ଟର୍କ ପ୍ରଡ୍ୟୁସ କରେ |
Maruti Suzuki Alto K10
ମାରୁତି ସୁଜୁକି ଆଲ୍ଟୋ K10 , ବଜାରରେ ଏହା ଅଧିକ ବିକ୍ରି ହୁଏ | କମ୍ପାନୀର ଆଲ୍ଟୋ K10 ରେ 1 ଲିଟର ଡୁଆଲ୍ ଜେଟ୍ ପେଟ୍ରୋଲ୍ ଇଞ୍ଜିନ୍ ରହିଛି | ଏହି ଇଞ୍ଜିନ୍ 67PSର ପାଓ୍ବାର ଏବଂ 89Nm ର ଟର୍କ ପ୍ରଡ୍ୟୁସ କରିପାରିବ |ଏଥିରେ 5-ସ୍ପିଡ୍ ମାନୁଆଲ୍ ଟ୍ରାନ୍ସମିସନ୍ କିମ୍ବା ଏକ ପାଞ୍ଚ-ସ୍ପିଡ୍ AMT ଟ୍ରାନ୍ସମିସନର ବକଳ୍ପ ଅଛି | ଏହା ସହିତ, ଆଲ୍ଟୋ K10 ସିଏନଜି ମଡେଲରେ ମଧ୍ୟ ଉପଲବ୍ଧ | ଆଇଡଲ-ଇଞ୍ଜିନ୍ ଷ୍ଟାର୍ଟ / ଷ୍ଟପ୍ ଟେକ୍ନୋଲୋଜି ମଧ୍ୟ ରହିଛି | ଏହି କାରର ପ୍ରାରମ୍ଭିକ ଏକ୍ସ-ଶୋରୁମ୍ ମୂଲ୍ୟ ହେଉଛି 3.99 ଲକ୍ଷ ଟଙ୍କା |
Maruti Suzuki Celerio
ବଜେଟ୍ ଫ୍ରେଣ୍ତଲି କାର ମଧ୍ୟରେ ମାରୁତି ସୁଜୁକି ସେଲେରିଓ ଏକ ଭଲ ବିକଳ୍ପ | ସେଲେରିଓରେ 1.0 ଲିଟର ପେଟ୍ରୋଲ ଇଞ୍ଜିନ୍ ରହିଛି | ଏହି ଇଞ୍ଜିନ୍ 67bhpର ସର୍ବାଧିକ ପାଓ୍ବାର ଏବଂ 89nm ର ପିକ୍ ଟର୍କ ଜେନେରେଟ କରିବାରେ ସକ୍ଷମ | ସେଲେରିଓର ପ୍ରାରମ୍ଭିକ ମୂଲ୍ୟ ହେଉଛି 5 ଲକ୍ଷ 36 ହଜାର ଟଙ୍କା | ଭାରତୀୟ ବଜାରରେ ଏହାର 4ଟି ମଡେଲ ରହିଛି ।
Tata Tiago
ଏହି ଟାଟା କାରରେ 1.2 ଲିଟର ପେଟ୍ରୋଲ ଇଞ୍ଜିନ୍ ଉପଲବ୍ଧ | ଏହି ଇଞ୍ଜିନ୍ ସର୍ବାଧିକ ପାଓ୍ବାର 86bhp ଏବଂ ପିକ ଟର୍କ 113nm ଜେନେରେଟ କରିବାରେ ସକ୍ଷମ | ଟିଆଗୋରେ ସିଏନଜି ପାୱାରଟ୍ରେନ୍ ର ବିକଳ୍ପ ମଧ୍ୟ ରହିଛି| ଭାରତୀୟ ବଜାରରେ, 4 ଲକ୍ଷ 99 ହଜାର ଟଙ୍କା ମୂଲ୍ୟରେ ଟାଟା ଟିଆଗୋ ମିଳିଯିବ ।