Latest Odisha News

BREAKING NEWS

ଅମିତ ଶାହଙ୍କ ଦୁଇଦିନିଆ ଓଡ଼ିଶା ଗସ୍ତ ବାତିଲ

ନୂଆଦିଲ୍ଲୀ: ବାତିଲ ହୋଇଛି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହଙ୍କ ଦୁଇଦିନିଆ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଦେହାନ୍ତ  କାରଣରୁ ରାଷ୍ଟ୍ରୀୟ  ଶୋକକୁ ଦୃଷ୍ଟିରେ ରଖି ତାଙ୍କର ଗସ୍ତ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଥିବା ଜଣାପଡ଼ିଛି। ଏନେଇ ଯାଜପୁର ବିଜେପି ସାଂସଦ ରବିନ୍ଦ୍ର ନାରାୟଣ ବେହେରା ଶୁକ୍ରବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ, କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହ ଶନିବାର ରାତି ୧୦ଟାରେ ଭୁବନେଶ୍ୱରରେ ପହଞ୍ଚିବାର କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା। ଏହି ଦୁଇଦିନିଆ ଗସ୍ତବେଳେ ସେ ସମ୍ବଲପୁରରେ ବିଭିନ୍ନ କାର୍ଯ୍ୟକ୍ରମ ସହ କଳିଙ୍ଗ ଷ୍ଟାଡ଼ିୟମରେ ଦଳୀୟ ସାଂସଦ, ବିଧାୟକ ଓ ପଦାଧିକାରୀଙ୍କ ବୈଠକରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିଲା। ମାତ୍ର ପୂର୍ବତନ ପ୍ରଧାନମନ୍ତ୍ରୀ ଡ ମନମୋହନ ସିଂହଙ୍କ ମୃତ୍ୟୁ ପାଇଁ କେନ୍ଦ୍ର ସରକାର ଏକ ସପ୍ତାହବ୍ୟାପୀ ରାଷ୍ଟ୍ରୀୟ ଶୋକ ପାଳନ କରୁଥିବାରୁ ଶ୍ରୀ ଶାହଙ୍କ ଓଡ଼ିଶା ଗସ୍ତ ବାତିଲ ହୋଇଥିବା ଜାଣିବାକୁ ମିଳିଛି।

Comments are closed.