Latest Odisha News

BREAKING NEWS

ନିଗମାନନ୍ଦ ସମ୍ମିଳନୀ ବେଳେ ହୃଦଘାତରେ ୨ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ପୁରୀ: ପୁରୀରେ ନିଗମାନନ୍ଦ ସମ୍ମିଳନୀ ଚାଲିଥିବା ବେଳେ ଦୁଇ ଜଣ ଭକ୍ତଙ୍କ ମୃତ୍ଯୁ ହୋଇଛି। ସେମାନଙ୍କ ମଧ୍ୟରୁ ଜଣେ କଟକର ହୋଇଥିବା ବେଳେ ଅନ୍ୟ ଜଣେ ପଶ୍ଚିମବଙ୍ଗ ମେଦିନପୁର ଅଞ୍ଚଳର ବୋଲି ଜାଣିବାକୁ ମିଳିଛି।

ସୂଚନା ଅନୁଯାୟୀ, ସମ୍ମିଳନୀ ଚାଲିଥିବା ସମୟରେ ଏହି ଦୁଇ ଭକ୍ତଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥିଲା। ଏ ସମ୍ପର୍କରେ ଜାଣିବା ପରେ ସେମାନଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି। ଉଭୟ ହୃଦଘାତର ଶିକାର ହୋଇ ପ୍ରାଣ ହରାଇଥିବା ଜାଣିବାକୁ ମିଳିଛି।

ଆୟୋଜିତ ସମ୍ମିଳନୀରେ ଅତ୍ୟଧିକ ଜନ ସମାଗମ କାରଣରୁ ଏହି ଅଘଟଣ ଘଟିଥାଇପାରେ ବୋଲି ଆଲୋଚନା ହେଉଛି।

Comments are closed.