ମୁମ୍ବାଇ: ମହାରାଷ୍ଟ୍ରରେ ପ୍ରଥମ ବାଣିଜ୍ୟିକ ବିମାନ ସଫଳତାର ସହ ଅବତରଣ କରିଛି। ନଭି ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରର ରନୱେରେ ସଫଳତାର ସହ ବାଣିଜ୍ୟିକ ବିମାନ ଅବତରଣ କରିଛି। ମୁମ୍ବାଇ ବିମାନ ବନ୍ଦରରୁ ଉଡ଼ାଣ କରିଥିବା ଇଣ୍ଡିଗୋ ଏ୩୨୦ ସିଧାସଳଖ ନଭି ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଛି। ସଫଳ ଅବତରଣ ପରେ ବିମାନକୁ ଏୟାର ସଲାମ ଦିଆଯାଇଥିଲା।
ସାର୍ଟିଫିକେସନ୍ ପରୀକ୍ଷାରେ ଅବତରଣ ଏବଂ ଉଡ଼ାଣ କୌଶଳର ବୈଷୟିକ ମୂଲ୍ୟାୟନ ମଧ୍ୟ ଅନ୍ତର୍ଭୁକ୍ତ ଥିଲା। ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ), ଭାରତୀୟ ବିମାନବନ୍ଦର ପ୍ରାଧିକରଣ (ଏଏଆଇ) ଏବଂ ସିଡକୋର ବରିଷ୍ଠ ଅଧିକାରୀଙ୍କ ସମେତ ଅନ୍ୟ ପ୍ରମୁଖ ଏଜେନ୍ସିର ବରିଷ୍ଠ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
ଗତ ଅକ୍ଟୋବର ମାସରେ ସେନାର ଏକ ବିମାନ ସଫଳତାର ସହ ରନୱେରେ ଅବତରଣ କରିଥିବା ବେଳେ ବାୟୁସେନାର ସୁଖୋଇ-୩୦ ବିମାନ ରନୱେଠାରୁ ଅଳ୍ପ ଦୂରରେ ଉଡ଼ିଥିଲା।
Comments are closed.