Latest Odisha News

BREAKING NEWS

ସକାଳୁ ତେଜପତ୍ର ପାଣି ପିଅନ୍ତୁ, ପେଟ ସମସ୍ୟା ଦୂର ହେବ

ଭୁବନେଶ୍ବର:  ଆମ ଭାରତର ରୋଷେଇଘରେ ବ୍ୟବହାର ହେଉଥିବା ମସଲା କେବଳ ପାଟି ପାଇଁ ସୁଆଦିଆ ନୁହେଁ ଦେହ ପାଇଁ ବି ଲାଭଦାୟକ । ସେହିପରି ତରକାରୀରେ ବ୍ୟବହୃତ ହେଉଥିବା ତେଜପତ୍ରରେ ଭରି ରହିଛି ଅନେକ ଔଷଧୀୟ ଗୁଣ । ତେଜପତ୍ରକୁ ସିଝାଇ ଏହାର ପାଣି ପିଇବା ଦ୍ୱାରା ଅନେକ ଉପକାର ମିଳିଥାଏ।

-ତେଜପତ୍ରର ପାଣି ଓଜନ ହ୍ରାସ କରିବ ସାହାଯ୍ୟ କରେ। ଶରୀରକୁ ଡିଟକ୍ସାଇଫ କରିଥାଏ ।
– ତେଜପତ୍ରରେ ପ୍ରଚୁର ପରିମାଣରେ ଭିଟାମିନ ସି ଅଛି ଏହା ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ଏହା ଫୁସଫୁସ ଏବଂ ହୃଦରୋଗ ପାଇଁ ବି ଭଲ ।
-ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଉପାଦାନଗୁଡ଼ିକ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ।
-ସକାଳେ ଏହି ପାଣି ପିଇବା ଦ୍ୱାରା ହଜମ ପ୍ରକ୍ରିୟା ଭଲରେ ହୋଇଥାଏ । କୋଷ୍ଠକାଠିନ୍ୟ ଭଳି ପେଟ ସମ୍ବନ୍ଧୀୟ ସମସ୍ୟା ଦୂର କରିବାରେ ସାହାଯ୍ୟ କରେ ।
– ଏହି ପାଣି ପିଇବା ଦ୍ବାରା ଶରୀରକୁ ଶକ୍ତି ମିଳେ ଏବଂ ଥକ୍କାପଣ ଦୂର ହୁଏ ।

ବିଧି

ପ୍ରଥମେ କିଛି ତେଜପତ୍ର ନେଇ ଭଲ ଭାବରେ ଧୋଇ ଦିଅନ୍ତୁ । ପାତ୍ରରେ ଏକ ଗ୍ଲାସ ପାଣି ନେଇ ଫୁଟାନ୍ତୁ। ପାଣି ଫୁଟି ଆସିଲେ ସେଥିରେ କିଛି ତେଜପତ୍ର ପକାନ୍ତୁ । ଏହାପରେ ୫ରୁ ୧୦ମିନିଟ ପର୍ଯ୍ୟନ୍ତ ଫୁଟାନ୍ତୁ। ଏହା ପରେ, ଗ୍ୟାସ ବନ୍ଦ କରି ଦେଇ ପାଣି ଟିକେ ଥଣ୍ଡା ହେବାକୁ ଦିଅନ୍ତୁ। ବର୍ତ୍ତମାନ ଏହି ପାଣିକୁ ଛାଣିକି ପିଅନ୍ତୁ । ଏଥିରେ ଟିକେ ଲେମ୍ବୁ ରସ, ଅଦା ରସ ମିଶେଇ କି ପିଇ ପାରିବେ ।

Comments are closed.