Latest Odisha News

BREAKING NEWS

ଏହି ସବୁ କାରଣ ଯୋଗୁ ଭାରତ ହାରିଲା ବକ୍ସିଂ ଡେ ଟେଷ୍ଟ

ମେଲବୋର୍ଣ୍ଣ: ଭାରତ ଏଠାରେ ଅନୁଷ୍ଠିତ ଚତୁର୍ଥ କ୍ରିକେଟ ଟେଷ୍ଟରେ ଶୋଚନୀୟ ଭାବେ ଅଷ୍ଟ୍ରେଲିଆ ନିକଟରୁ ପରାଜିତ ହୋଇଛି । ମେଲବୋର୍ଣ୍ଣରେ ଭାରତ ୧୩ ବର୍ଷ ପରେ ହାରିଛି । ଆସନ୍ତୁ ନଜର ପକାଇବା ଭାରତ ପରାଜୟ କାରଣ ଉପରେ.. ।
ଦଳଗତ ପ୍ରଦର୍ଶନର ଅଭାବ: ଭାରତୀୟ ଟିମ ଚଳିତ ସିରିଜରେ ସମ୍ପୂର୍ଣ୍ଣ ଭାବେ ଏକଜୁଟ ହୋଇ ଖେଳୁଥିବା ଦେଖିବାକୁ ମିଳି ନାହିଁ । ପ୍ରତ୍ୟେକ ଟେଷ୍ଟରେ ଜଣେ କିମ୍ବା ଦୁଇ ଜଣ ଖେଳାଳି ଭଲ ପ୍ରଦର୍ଶନ କରିଛନ୍ତି ।

ବୁମରାହଙ୍କ ଉପଯୁକ୍ତ ସହଯୋଗ ମିଳୁନି: ଯଶପ୍ରୀତ ବୁମରାହ ଏକମାତ୍ର ଖେଳାଳି ଯିଏ କି ଶ୍ରେଷ୍ଠ ପ୍ରଦର୍ଶନ ବଜାୟ ରଖିଛନ୍ତି । ତେବେ ବୋଲିଂ ବିଭାଗରେ ବୁମରାହଙ୍କୁ ଉପଯୁକ୍ତ ସହଯୋଗ ମିଳୁ ନାହିଁ । ଅବଶ୍ୟ ମେଲବୋର୍ଣ୍ଣରେ ମହମ୍ମଦ ସିରାଜ ପ୍ରଭାବିତ କରିଛନ୍ତି । ଅନ୍ୟ ବୋଲରଙ୍କ ପ୍ରଦର୍ଶନ ଆଭରେଜ ରହିଛି ।
ରୋହିତ-କୋହଲି ବିଫଳ: ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି । କୋହଲି ପ୍ରଥମ ଟେଷ୍ଟରେ ଶତକ ହାସଲ କରିବା ପରେ ତାଙ୍କ ବ୍ୟାଟ ନୀରବ ହୋଇଯାଇଛି । ରୋହିତ ସଂଘର୍ଷ କରୁଥିବା ସ୍ପଷ୍ଟ ପରିଲକ୍ଷିତ ହେଉଛି ।

ପନ୍ତଙ୍କ ଦାୟିତ୍ୱହୀନତା ଶଟ: ରିଷଭ ପନ୍ତ ବଡ ଇନିଂସ ଖେଳିବା ଦକ୍ଷତା ରଖିଥିଲେ ମଧ୍ୟ ବାରମ୍ବାର ଦାୟିତ୍ୱହୀନତା ଶଟ ଖେଳି ଆଉଟ ହୋଇଛନ୍ତି । ଜଣେ ସିନିୟର ଖେଳାଳି ଭାବେ ମ୍ୟାଚ ପରିସ୍ଥିତି ଅନୁସାରେ ସେ ଖେଳିବା କଥା । ତାଙ୍କ ଶଟ ଚୟନ ନେଇ ସୁନୀଲ ଗାଭାସ୍କର ମଧ୍ୟ ଅସନ୍ତୁଷ୍ଟ ରହିଛନ୍ତି ।
ରୋହିତଙ୍କ ରଣନୀତି କାମ କରୁନି: ବ୍ୟାଟିଂ ପରେ ରୋହିତଙ୍କ ରଣନୀତି ମଧ୍ୟ ନୈରାଶ୍ୟଜନକ ରହିଛି । ମେଘୁଆ ପାଗରେ ଟସ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତି ନେବା, ଦୁଇ ସ୍ପିନରଙ୍କୁ ଖେଳାଇବା ସତ୍ୱେ ଅଧିକ ବୋଲିଂ ପ୍ରଦାନ ନ କରିବା କେହି ବୁଝି ପାରି ନାହାନ୍ତି । ଏହି ସିରିଜ ପରେ କିଛି ସିନିୟର ଖେଳାଳି ବଳି ପଡିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି କହିଲେ ଭୁଲ ହେବନି । କୋଚ ଗୌତମ ଗମ୍ଭୀରଙ୍କ ପ୍ରଶିକ୍ଷଶ ମଧ୍ୟ ନୈରାଶ୍ୟଜନକ ରହିଛି ।

Comments are closed.