ହାଇଦ୍ରାବାଦ: ଗୋରିଚେନ୍ ପର୍ବତ ଉପରକୁ ଯାଇ ନୂଆ ଇତିହାସ ସୃଷ୍ଟି କରିଛନ୍ତି ୨୦ ବର୍ଷର ଭାରତୀୟ ଯୁବକ। ତେଲେଙ୍ଗାନାର ୨୦ ବର୍ଷିୟ ପର୍ବତାରୋହୀ ଭୁକି ଯଶୱନ୍ତ ନାୟକ ଗୋରିଚନ ପର୍ବତ ଚଢି ରେକର୍ଡ଼ କରିବାରେ ସବୁଠାରୁ କନିଷ୍ଠ ବ୍ୟକ୍ତି। ଯଶୱନ୍ତ ୬ ହଜାର ୪୮୮ ମିଟର ଉଚ୍ଚତାର ପର୍ବତ ଚଢି ଏହି ଇତିହାସ ସୃଷ୍ଟି କରିଛନ୍ତି।
ଯଶୱନ୍ତ ତେଲେଙ୍ଗାନାର ଏକ ଆଦିବାସୀ ଅଞ୍ଚଳରୁ ଆସିଛନ୍ତି। ଯେଉଁଠି ଅନେକ ସଂଘର୍ଷ କରିବା ପରେ ସେ କିଛି ଲୋକଙ୍କ ସାହାଯ୍ୟ ନେଇ ଏହି ଯାତ୍ରା ଆରମ୍ଭ କରିଥିଲେ। ନିଜର କଠିନ ପରିଶ୍ରମ ଦ୍ବାରା ସେ ଏହି ସଫଳତା ପାଇଛନ୍ତି। ଯଶୱନ୍ତ ମାତ୍ର ୧୬ ବର୍ଷ ବୟସରେ ଭୁବନଗିରିର ରକ୍ କ୍ଲାଇମ୍ବିଂ ସ୍କୁଲ୍ ଟ୍ରେନିଂ ଇନଷ୍ଟିଚ୍ୟୁଟରୁ ତାଙ୍କର ଏହି ଯାତ୍ରା ଆରମ୍ଭ କରିଥିଲେ। ଯଶୱନ୍ତ ନାୟକଙ୍କୁ ଭାରତୀୟ ହିମାଳୟ ସେଣ୍ଟର ଫର ଆଡଭେଞ୍ଚର ଆଣ୍ଡ ଇକୋଟୋରିଜିମ୍ (ଓଐଉଇଋ)ରୁ ତାଲିମ ନେବାକୁ ମଧ୍ୟ ସୁଯୋଗ ମିଳିଛି। ସେ ଏହି ଆରୋହଣ ପାଇଁ ପ୍ରତିଦିନ ଶାରୀରିକ ପରିଶ୍ରମ କରନ୍ତି।
ତେବେ ଏନେଇ ସେ କହିଥିଲେ ଯେ ମୁଁ ପ୍ରତିଦିନ ସକାଳେ ଦୌଡ଼େ ଏବଂ ପରେ ପ୍ରାୟ ୨ ଘଣ୍ଟା ପାଇଁ କିଛି ବାୟାମ କରେ। ମୁଁ ମୋର ଖାଦ୍ୟ ନିଜେ ପ୍ରସ୍ତୁତ କରେ। ଯଶୱନ୍ତଙ୍କ ସ୍ୱପ୍ନ ହେଉଛି ଏଭରେଷ୍ଟ ପର୍ବତ ଏବଂ ୭ ମହାଦେଶର ୭ଟି ସର୍ବୋଚ୍ଚ ଶିଖର ଉପରକୁ ଚଢିବା। ଯଶୱନ୍ତ ହାସଲ କରିଥିବା ଏହି ସଫଳତା ପାଇଁ ତାଙ୍କ ପରିବାର ସହିତ ପୁରା ଗାଁ ତାଙ୍କ ପାଇଁ ଗର୍ବିତ ।
Comments are closed.