Latest Odisha News

BREAKING NEWS

ନିୟମିତ ଗରମପାଣିରେ ଗାଧୋଇଲେ ହୋଇଥାଏ ଏହିସବୁ ଅସୁବିଧା !

ଭୁବନେଶ୍ୱର: ଶୀତଦିନେ ଅଧିକାଂଶ ଲୋକ ଗରମ ପାଣିରେ ଗାଧୋଇବାକୁ ପସନ୍ଦ କରନ୍ତି। କିନ୍ତୁ କଣ ଆପଣ ଜାଣନ୍ତି ନିୟମିତ ଗରମ ପାଣିରେ ଗାଧେଇବା ଦ୍ୱାରା ଏହା ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥାଏ। ଆସନ୍ତୁ ଜାଣିବା ଗରମ ପାଣିରେ ଗାଧୋଇଲେ ଶରୀରକୁ କଣ କ୍ଷତି ପହଞ୍ଚି ଥାଏ।

ତ୍ୱଚାର ଚମକ କମି ଯାଇଥାଏ : ଗରମ ପାଣିରେ ଗାଧୋଇବା ଫଳରେ ତ୍ୱଚାର ଆର୍ଦ୍ରତା କମି ଯାଇଥାଏ।

ଚର୍ମ କୁଞ୍ଚନ ସମସ୍ୟା: ଗରମ ପାଣି ଫଳରେ ତ୍ବଚାର ଟିସୁକୁ କ୍ଷତି ପହଞ୍ଚିଥାଏ। ବୟସ ପୂର୍ବରୁ ତ୍ବଚାରେ ଚର୍ମକୁଞ୍ଚନ ସମସ୍ୟା ଦେଖାଯାଇଥାଏ।

କେଶ ସମସ୍ୟା: ଗରମ ପାଣି ଦ୍ବାରା କେଶର ଆର୍ଦ୍ରତା କମିଯାଇଥାଏ ଯାହା ଦ୍ବାରା କେଶ ଶୁଖିଲା ହୋଇଯାଇଥାଏ। କେଶର ମୂଳ ଶୁଖିଯିବା ଫଳରେ ଚୁଟି ଝଡ଼ିଥାଏ। ରୁପି ସମସ୍ୟା ହୋଇଥାଏ।

ଗରମ ପାଣି ଦ୍ବାରା ଗୋଡ଼ ଏବଂ ହାତର ନଖରେ କ୍ଷତି ପହଞ୍ଚିଥାଏ। ଗରମ ପାଣି ପ୍ରୟୋଗ କରିବା ଦ୍ବାରା ନଖ ଫାଟିଥାଏ,ସଂକ୍ରମଣ ଏବଂ ଆଖପାଖର ଚର୍ମ ଫାଟିବା ସମସ୍ୟା ଦେଖାଯାଇଥାଏ।

ଗରମ ପାଣିରେ ଗାଧୋଇଲେ ଆଖିର ଆର୍ଦ୍ରତା ମଧ୍ୟ କମି ଯାଇଥାଏ।

Leave A Reply

Your email address will not be published.