Latest Odisha News

ବିଶ୍ୱ ଏଡ଼ସ୍ ଦିବସରେ ଜାଣନ୍ତୁ ଏଚ୍‌ଆଇଭି ରୋଗୀଙ୍କ ପାଇଁ ଡାଏଟ ପ୍ଲାନ

ଭୁବନେଶ୍ୱର: ଡିସେମ୍ବର ୧ କୁ ସାରା ବିଶ୍ୱରେ ‘ଏଡସ୍ ଦିବସ’ ଭାବେ ପାଳନ କରାଯାଉଛି। ଏହି ରୋଗର ଶିକାର ହୋଇଥିବା ବ୍ୟକ୍ତି ମାନଙ୍କୁ ବିଭିନ୍ନ ବିଷୟ ଉପରେ ଧ୍ୟାନ ରଖିବାକୁ ପଡ଼ିଥାଏ।

ଏଚ୍‌ଆଇଭି ପୀଡ଼ିତ ବ୍ୟକ୍ତି ନିଜ ଡାଏଟ୍‌ରେ ଏହିସବୁ ଖାଦ୍ୟକୁ ସାମିଲ କଲେ ସେମାନଙ୍କ ଇମ୍ୟୁନିଟି ସିଷ୍ଟମ୍‌ ଆହୁରି ମଜଭୁତ ହୋଇଥାଏ । ଜାଣନ୍ତୁ ଏହି ଡାଏଟ୍ ସମ୍ପର୍କରେ..

ପ୍ରୋଟିନ୍‌ଯୁକ୍ତ ଖାଦ୍ୟ:

ଶରୀରକୁ ସୁସ୍ଥ ରଖିବାରେ ପ୍ରୋଟିନ୍‌ ଯୁକ୍ତ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଶରୀର ଦୁର୍ବଳ ଥିଲେ ଡାଏଟ୍‌ରେ ପ୍ରୋଟିନ୍‌ ଯୁକ୍ତ ଖାଦ୍ୟକୁ ନିଶ୍ଚୟ ସାମିଲ କରନ୍ତୁ। ଡାଏଟ୍‌ରେ ମାଛ, ଅଣ୍ଡା, ବାଦାମ, ବିନ୍ସ, ସୋୟାବିନ୍‌ ସାମିଲ କରି ଶରୀରରେ ପ୍ରୋଟିନ୍‌ର ମାତ୍ରାକୁ ବଢ଼ାନ୍ତୁ।

ଫଳ ଓ ପନିପରିବା:

ଫଳ ଓ ପନିପରିବାରେ ବିଭିନ୍ନ ପ୍ରକାରର ମିନେରାଲ ଓ ଭିଟାମିନ୍‌ ମହଜୁଦ୍‌ ଥାଏ, ଯାହା ଶରୀରରୁ ରୋଗମୁକ୍ତ ରଖିବାରେ ସାହାଯ୍ୟ କରେ। ଏଣୁ ଏଚ୍‌ଆଇଭି ରୋଗୀଙ୍କୁ ନିୟମିତ ଫଳ ଓ ସବୁଜ ପନିପରିବା ଖାଇବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି। ଭିଟାମିନ୍‌ ସି ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଶରୀରର ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧିପାଏ।

ଖାଦ୍ୟଶସ୍ୟ:

ସାରାଦିନ ଫୂର୍ତ୍ତି ରହିବା ପ୍ରତିଦିନ ଯଅ, ଗହମ କିମ୍ବା ବାଲି ଭଳି ଖାଦ୍ୟ ଶସ୍ୟରେ ତିଆରି ରୁଟି ଖାଆନ୍ତୁ। ଏଥିସହ ଭାତ ବି ଖାଇପାରିବେ। ହେଲଦି ରହିବା ପାଇଁ ଏହି ଖାଦ୍ୟଶସ୍ୟ ଶରୀରକୁ ଭିଟାମିନ୍‌ ଓ ଫାଇବର ଯୋଗାଇଥାଏ।

କମ୍‌ ଚିନି ଲୁଣ ଖାଆନ୍ତୁ:

ଏଡ୍‌ସ ରୋଗୀ କମ୍‌ ପରିମାଣରେ ଚିନି ଲୁଣ ସେବନ କରିବା ଉଚିତ। ଅଧିକ ଚିନି ଲୁଣ ଶରୀରରେ ରୋଗ ପ୍ରତିଷେଧକ ଶକ୍ତିକୁ କମ୍‌ କରିଥାଏ। ଏଣୁ ଡାକ୍ତରମାନେ ଏଚ୍‌ଆଇଭି ରୋଗୀଙ୍କୁ ଚିନି ଲୁଣ ଖାଇବାକୁ ବାରଣ କରିଥାନ୍ତି।

Comments are closed.