ନୂଆଦିଲ୍ଲୀ: ବର୍ଡର-ଗାଭାସ୍କର ଟ୍ରଫି ପରେ ଭାରତୀୟ କ୍ରିକେଟ ଟିମ ଜାନୁୟାରୀ ୨୨ରୁ ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଖେଳିବ । ଏହା ପରେ ଉଭୟ ଦଳ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ମଧ୍ୟ ଖେଳାଯିବ । ସୂର୍ଯ୍ୟକୁମାର ଯାଦବ ନେତୃତ୍ୱାଧୀନ ଘରୋଇ ପରିବେଶରେ ଇଂଲଣ୍ଡ ବିପକ୍ଷରେ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି । ଟି୨୦ରେ ଟିମ ଇଣ୍ଡିଆର ପ୍ରଦର୍ଶନ ଭଲ ରହିଛି । ନିକଟରେ ଦକ୍ଷିଣ ଆଫ୍ରିକାକୁ ତାର ମାଟିରେ ଭାରତ ୩-୧ରେ ପରାଜିତ କରିଥିଲା । ଭାରତ ଓ ଇଂଲଣ୍ଡ ମଧ୍ୟରେ ଓଭରାଲ ୨୪ଟି ଟି୨୦ ମ୍ୟାଚ ଖେଳାଯାଇଛି । ଭାରତ ୧୩ରେ ବିଜୟ ହୋଇଥିବା ବେଳେ ଇଂଲଣ୍ଡ ୧୧ ମ୍ୟାଚରେ ଜିତିଛି ।
୨୦୨୪ ଟି୨୦ ବିଶ୍ୱକପରେ ଉଭୟ ଦେଶ ମଧ୍ୟରେ ଶେଷ ଥର ମୁକାବିଲା ହୋଇଥିଲା । ଏଥିରେ ଭାରତ ୬୮ ରନରେ ବିଜୟୀ ହୋଇଥିଲା । ଜାନୁୟାରୀ ୨୨ରେ ପ୍ରଥମ ମ୍ୟାଚ କୋଲକାତାରେ ଖେଳାଯିବ । ଏହା ପରେ ୨୫, ୨୮ ଓ ୩୧ରେ ଯଥାକ୍ରମେ ଚେନ୍ନାଇ, ରାଜକୋଟ ଓ ପୁଣେରେ ମ୍ୟାଚ ଖେଳାଯିବ । ଫେବୃୟାରୀ ୨ରେ ମୁମ୍ବାଇରେ ୫ମ ମ୍ୟାଚ ଖେଳାଯିବ । ଘରୋଇ ପରିବେଶ ଏବଂ ଟି୨୦ ସ୍ପେଶାଲିଷ୍ଟକୁ ନେଇ ଗଠିତ ଭାରତୀୟ ଟିମର ପଲା ଇଂଲଣ୍ଡ ବିପକ୍ଷରେ ଭାରୀ ରହିଛି ।