Latest Odisha News

BREAKING NEWS

ରାସ୍ତା ମଝିରେ ଜଳିଗଲା ଯାତ୍ରୀବାହୀ ବସ୍, ସମସ୍ତ ଯାତ୍ରୀ ସୁରକ୍ଷିତ

ଧର୍ମଗଡ଼: ଚଳନ୍ତା ବସ୍‌ରେ ଲାଗିଲା ନିଆଁ । ଚଳନ୍ତା ଯାତ୍ରୀବାହୀ ବସ୍‌ରେ ନିଆଁ ଲାଗିବାରୁ ଏହା ସମ୍ପୂର୍ଣ୍ଣ ଭାବରେ ଜଳି ଯାଇଛି। କିନ୍ତୁ ଡ୍ରାଇଭରଙ୍କ ପାଇଁ ବସରେ ଥିବା ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ବଳଦିଆମାଲ ଛକ ନିକଟରେ ଆଜି ରାତି ପ୍ରାୟ ୯. 00  ଟା ସମୟରେ ଏହି ଅଘଟଣ ଘଟିଛି।

 

ଖବର ପାଇ ସ୍ଥାନୀୟ ଅଗ୍ନିଶମ ବାହିନୀ ଘଟଣା ସ୍ଥଳକୁ ଆସି ବସ୍‌ର ନିଆଁ ଲିଭାଇବାକୁ ଉଦ୍ୟମ ଆରମ୍ଭ କରିଥିଲେ। ସର୍ଟସର୍କିଟ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି।

Comments are closed.