ମାଲକାନଗିରି: ତେଲେଙ୍ଗାନାରେ ବସ୍ ଦୁର୍ଘଟଣା। ଏଥିରେ ୪ ଓଡ଼ିଆଙ୍କୁ ମୃତ୍ୟୁ ହୋଇଥିବା ସୂଚନା। ତେଲେଙ୍ଗାନା ସୂର୍ଯ୍ୟାପେଟ-ଖମାମ ରାସ୍ତାରେ ଦୁର୍ଘଟଣା ଘଟିଛି। ୪ ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଓ କିଛି ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି।
ସୂଚନା ଅନୁସାରେ କଳାହାଣ୍ଡି ସିନାପାଲିରୁ ୩୨ ଜଣ ଶ୍ରମିକଙ୍କୁ ନେଇ ଗତକାଲି ହାଇଦ୍ରାବାଦ ଅଭିମୁଖେ ବାହାରିଥିଲା ବସ୍ । ବସ୍ଟି ରାତି ପ୍ରାୟ ୩ଟା ସମୟରେ ସୂର୍ଯ୍ୟାପେଟ-ଖମାମ ରାସ୍ତା ଅତିକ୍ରମ କରୁଥିଲା। ଉକ୍ତ ସମୟରେ ରାସ୍ତା ଉପରେ ଏକ ଟ୍ରକ୍ ଛିଡ଼ା ହୋଇଥିବା ବେଳେ ଦ୍ରୁତଗାମୀ ବସ୍ଟି ତାହାକୁ ପଛ ପଟୁ ପିଟିଥିଲା।
ଫଳରେ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ବସ୍ ଡ୍ରାଇଭର, ୨ ମହିଳା ଶ୍ରମିକ ଓ ଜଣେ ପୁରୁଷ ଶ୍ରମିକ ଥିବା ଜଣାଯାଇଛି। ଏହି ଦୁର୍ଘଟଣାରେ ଆଉ କିଛି ଶ୍ରମିକ ଆହତ ହୋଇଥିବା ବେଳେ ସେମାନଙ୍କୁ ଚିକିତ୍ସା ନିମନ୍ତେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଥିସହ ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଛି।