Latest Odisha News

ସିଂହନାଥ ପୀଠରେ ମକର ମେଳା ସମୟରେ ସେତୁ ଉପରେ ଚାଲିବନି ଯାନବାହାନ

କଟକ: ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମକର ସଂକ୍ରାନ୍ତି ଅବସରରେ ଆଠଗଡ ସ୍ଥିତ ପ୍ରଭୁ ସିଂହନାଥ ପୀଠରେ ମକର ମେଳା ଚାଲିବ । ଆସନ୍ତା ଜାନୁଆରୀ ୧୪ ତାରିଖରୁ ୧୬ ପର୍ଯ୍ୟନ୍ତ ମକର ଉତ୍ସବର ଭବ୍ୟ ଆୟୋଜନ କରାଯାଉଛି । ଏହି ମେଳାରେ କଟକ ସମେତ ଏହାର ଆଖପାଖ ଜିଲ୍ଲାମାନଙ୍କରୁ ପୂଜା ଅର୍ଚ୍ଚନା ନିମନ୍ତେ ଦୁଇ ଲକ୍ଷରୁ ଊର୍ଦ୍ଧ୍ଵ ଶ୍ରଦ୍ଧାଳୁ ଓ ଭକ୍ତମାନଙ୍କର ଜନସମାଗମ ହେବାର ଅଛି ।

ଏହାକୁ ଦୃଷ୍ଟିରେ ରଖି ସିଂହନାଥ ପୀଠକୁ ସଂଯୋଗ କରୁଥିବା ବୈଦେଶ୍ଵର-ବଡ଼ମ୍ବା, ଟି-ସେତୁ ଉପରେ ସେମାନଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେବା ସହ ଯେପରି କୌଣସି ଅଘଟଣ ନ ଘଟେ ସେଥିପ୍ରତି ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉଅଛି । ଏହି ଉତ୍ସବ ସମୟରେ ଉକ୍ତ ସେତୁ ଉପରେ ଯାନବାହନ ଯାତାୟାତ ନିମନ୍ତେ କଟକଣା ଜାରି କରାଯିବା ସହ ନୟାଗଡ ପଟୁ ବଡମ୍ବା ଆସୁଥିବା ସମସ୍ତ ଯାନବାହନ ଗୁଡିକୁ ସିଦ୍ଧମୂଳା ସେତୁ ଦେଇ ବଡମ୍ବା ଅଭିମୁଖେ ଗତି କରିବ ।

ସେହି ଭଳି ବଡମ୍ବା ପଟୁ ଭୁବନେଶ୍ଵର ଓ ଖୋର୍ଦ୍ଧା ଯାଉଥିବା ଯାନବାହନ ଗୁଡିକ ଜାତମୁଣ୍ଡିଆ ସେତୁ ଦେଇ ଗତି କରିବ । ଏହି ମେଳା ସମୟରେ ଯାନବାହାନ ଚଳାଚଳର ନିୟନ୍ତ୍ରଣ, କଟକଣା ଓ ଗତିପଥ ପରିବର୍ତ୍ତନ ସମ୍ବନ୍ଧରେ ପୋଲିସ ଅଧିକ୍ଷକଙ୍କ କାର୍ଯ୍ଯାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Leave A Reply

Your email address will not be published.