Latest Odisha News

ରାଜ୍ଯର ୯ଟି ନୂତନ ମାର୍ଗରେ ୧୩ଟି ବସ୍ ସେବାର ଶୁଭାରମ୍ଭ, ଜାଣନ୍ତୁ… 

ଭୁବନେଶ୍ବର: ଓଏସ୍ଆରଟିସି ଦ୍ୱାରା ପରିଚାଳିତ ହେବାକୁ ଥିବା ୯ଟି ନୂତନ ମାର୍ଗରେ ୧୩ଟି ବସ୍ ସେବାର ଶୁଭାରମ୍ଭ ହୋଇଛି। ବାଣିଜ୍ୟ ଓ ପରିବହନ ବିଭାଗର ମନ୍ତ୍ରୀ ବିଭୂତି ଭୂଷଣ ଜେନା ଭର୍ଚୁଆଲ ମୋଡରେ ଏହାର ଶୁଭ ଉଦଘାଟନ କରିଛନ୍ତି।

ଏହି ନୂତନ ବସ୍ ସେବା ସିଦ୍ଧ ଭୈରବୀ, ଗଣିଆ (କଣ୍ଟିଲୋ), କୋଟପାଡ଼, ଯୋରନ୍ଦା ଏବଂ ପାରଳାଖେମୁଣ୍ଡିକୁ ପୁରୀ ସହ ସଂଯୋଗ କରିବ। ସେହିପରି ଇନ୍ଦ୍ରାବତୀ ଓ ବ୍ରହ୍ମପୁରକୁ ଭୁବନେଶ୍ଵର ସହ, କୁନ୍ଦୁରାକୁ କଟକ ସହ ଏବଂ ବ୍ରହ୍ମପୁରକୁ ରାଉରକେଲା ସହ ସିଧାସଳଖ ସଂଯୋଗ କରିବ। ଏହାଦ୍ୱାରା ଓଡ଼ିଶା ତଥା ଆଭ୍ୟନ୍ତରିଣ ଅଞ୍ଚଳରେ ବସବାସ କରୁଥିବା ଲୋକମାନେ ଗମନାଗମନ ପାଇଁ ଏକ ସୁଲଭ ଏବଂ ଆରାମଦାୟକ ସେବା ପାଇପାରିବେ।

ଏହି ଅବସସରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ କହିଛନ୍ତି ଯେ, “ରାଜ୍ୟର ପ୍ରତ୍ୟେକ କୋଣ ଅନୁକୋଣରେ ମୌଳିକ ଜନସାଧାରଣ ପରିବହନ ଭିତ୍ତିଭୂମି ବିକାଶ ସହିତ, ଆମର ଲକ୍ଷ୍ୟ ହେଉଛି ଲୋକଙ୍କ ଜୀବନରେ ଏକ ସକରାତ୍ମକ ପରିବର୍ତ୍ତନ ଆଣିବା। ଯାହାଦ୍ୱାରା ସେମାନେ ରାଜ୍ୟ ସରକାରଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ଏହି ଉକୃଷ୍ଟ ସୁଯୋଗର ସଦୁପଯୋଗ କରିପାରିବେ। ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଶିକ୍ଷା, କୃଷି, ଶିଳ୍ପ କ୍ଷେତ୍ରରେ ବିକାଶ କରିବା ଆମର ମୁଖ୍ୟ ଲକ୍ଷ୍ୟ।”

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, ନବରଙ୍ଗପୁର, କୋଟପାଡ ଏବଂ ଖଣ୍ଡପଡ଼ାର ବିଧାୟକ ମାନେ ଉପସ୍ଥିତ ଥିଲେ। ସେହିପରି ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ, ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଦିପ୍ତେଶ ପଟ୍ଟନାୟକ ଏବଂ ପରିବହନ କମିଶନ ଅମିତାଭ ଠାକୁରଙ୍କ ସହ ଅନ୍ୟ ଅଧିକାରୀମାନେ ମଧ୍ଯ ଉପସ୍ଥିତ ଥିଲେ।

 

Leave A Reply

Your email address will not be published.