Latest Odisha News

BREAKING NEWS

ଅଦା ପାଣି ପିଅନ୍ତୁ, ଦୂର ହେବ ଆଣ୍ଠୁଗଣ୍ଠି ଯନ୍ତ୍ରଣା

ଭୁବନେଶ୍ବର: ଅଦାରେ ଆଣ୍ଟି-ବ୍ୟାକ୍ଟେରିଆ ଓ ଆଣ୍ଟି-ଭାଇରାଲ ଗୁଣ ରହିଛି ଯାହା ବିଭିନ୍ନ ରୋଗ ଓ ସଂକ୍ରମଣରୁ ଶରୀରକୁ ସୁସ୍ଥ ରଖିଥାଏ । ଆମର ଭାରତୀୟ ଖାଇବାରେ ଅଦା ବ୍ୟବହୃତ ହୋଇଥାଏ । ଗରମ ପାଣିରେ ଅଦା ଫୁଟାଇ ପିଇଲେ ଶରୀରକୁ ଅନେକ ଫାଇଦା ମିଳେ । ଆସନ୍ତୁ ଅଦା ପାଣି ପିଇଲେ କଣ ଲାଭ ହୁଏ..

-ଅଦାରେ ଜିଞ୍ଜରଲ ଗଣ୍ଠି ଓ ମାଂସପେଶୀରେ ଯନ୍ତ୍ରଣା କମ୍ କରିପାରେ । ଜିଞ୍ଜରଲ ବିଶେଷ ଭାବେ ଆଣ୍ଟି-ଇନଫ୍ଲାମେଟୋରୀ ଗୁଣ ଅଛି । ଆଣ୍ଠୁ ଗଣ୍ଠି,ମାଂସପେଶୀ ଯନ୍ତ୍ରଣା, ଋତୁସ୍ରାବ ସମ୍ବନ୍ଧୀୟ ସମସ୍ୟା କମାଇବାରେ ଉପଯୋଗୀ ହୋଇଥାଏ । ସେହିପରି ଆଣ୍ଟି-ଅକ୍ସିଡାଣ୍ଟ ଗୁଣରେ ଭରପୂର ଅଦା ପାଣି ତ୍ବଚା ସହ ଜଡିତ ସମସ୍ୟାରୁ ରକ୍ଷା କରିଥାଏ ।

-ଗରମ ପାଣିରେ ଅଦା ପକେଇ , ତାହାକୁ ଫୁଟାଇ ପିଇଲେ ଓଜନ ନିୟନ୍ତ୍ରଣରେ ରୁହେ । ସକାଳେ ଖାଲି ପେଟରେ ଏହି ଅଦା ପାଣି ପିଇଲେ ମେଦବହୁଳତା କମ୍ କରିବାରେ ସାହାଯ୍ୟ କରେ ।

-ଅଦା ପାଣି ପିଇଲେ କୋଷ୍ଠକାଠିନ୍ୟ, ଡାଇରିଆ, ଗ୍ୟାସ୍ ଆଦି ସମସ୍ୟା କମ୍ ହୁଏ ।

-ଦେହ ବୁଲାଉଥିଲେ କିମ୍ବା ବାନ୍ତି ହେଉଥିଲେ ଅଦା ପାଣି ପିଇଲେ କମିଯାଏ । ଅଦାକୁ ମେଥି କିମ୍ବା ପୋଦିନା ସହ ପାଣିରେ ମିଶାଇ ପିଇପାରିବେ ।

– ଅଦା ଖରାପ କୋଲେଷ୍ଟ୍ରଲ କମ୍ କରି ଭଲ କୋଲେଷ୍ଟ୍ରଲ ବଢାଇବାରେ ସାହାଯ୍ୟ କରେ

– ପାଣିରେ ଅଦା ଓ ହଳଦୀ ପକାଇ ଏହାକୁ ଫୁଟାଇ ପିଇଲେ ଥଣ୍ଡା-କାଶ ଦୂର ହୋଇଥାଏ ।

Leave A Reply

Your email address will not be published.