Latest Odisha News

BREAKING NEWS

‘୩୭୦ ଉଚ୍ଛେଦ ନହୋଇଥିଲେ ବି ଜାରି ରହିଥାନ୍ତା ଜମ୍ମୁ-କାଶ୍ମୀରର ବିକାଶ ଧାରା’

ଶ୍ରୀନଗର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜମ୍ମୁ-କଶ୍ମୀର ଗସ୍ତରେ ଥିବା ବେଳେ ଗଣ୍ଡେରବଲ ଜିଲ୍ଲାରେ ସୋନାମାର୍ଗ ସୁଡ଼ଙ୍ଗର ଉଦଘାଟନ କରିବେ । ଏନେଇ ନିଜର ମତ ଦେଇ ଜମ୍ମୁ-କାଶ୍ମୀର ବିକାଶ ସହ ୩୭୦ ଧାରା ଉଚ୍ଛେଦ ଯୋଡାଯିବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ ।  ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଜମ୍ମୁ-କାଶ୍ମୀର ବିକାଶର ଧାରାକୁ ଧାରା ୩୭୦ ସହ ଜଡିତ ନକରିବାକୁ ଅନୁରୋଧ କରିଛନ୍ତି । ୩୭୦ ଉଚ୍ଛେଦ ନହୋଇଥିଲେ ବି ଏହାର ବିକାଶ କାର୍ଯ୍ୟ ସମାପ୍ତ ହୋଇପାରିଥାନ୍ତା ବୋଲି ଦାବି କରିଛନ୍ତି ଅମର ଅବଦୁଲ୍ଲା ।

ସେ କହିଛନ୍ତି, ଜାମ୍ମୁ ଓ କାଶ୍ମୀରର ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକୁ ଧାରା ୩୭୦ ସମ୍ପର୍କିତ ରାଜନୀତି ସହିତ ଯୋଡିବା ଉଚିତ୍ ନୁହେଁ । ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରୁ କୌଣସିଟି ବି ଅଗଷ୍ଟ ୫, ୨୦୧୯ ପରେ ଆରମ୍ଭ ହୋଇନାହିଁ । ଏଗୁଡ଼ିକ ବହୁତ ପୂର୍ବରୁ ଯୋଜନା କରାଯାଇଥିଲା ଏବଂ ଧାରା ୩୭୦ ଉଚ୍ଛେଦ ନହୋଇଥିଲେ ମଧ୍ୟ ଏହାକୁ କାର୍ଯ୍ୟକାରୀ କରାଯାଇ ସମ୍ପୂର୍ଣ୍ଣ କରାଯାଇପାରିଥାନ୍ତା । ଏଥିସହିତ ସେ ଏହାବି ଦାବି କରିଛନ୍ତି ଯେଉଁ ଯେଉଁ ଭିତ୍ତିଭୂମି ପ୍ରକଳ୍ପ ଗୁଡିକ ଯେଉଁ ଯେଉଁ ସ୍ଥାନରେ ଚାଲିଛି ସେଠି କୌଣସି ବିରୋଧ ପ୍ରଦର୍ଶନ କିମ୍ବା ଅପ୍ରୀତିକର ପରିସ୍ଥିତି କେବେ ସୃଷ୍ଟି ହୁଏ ନାହିଁ । ତେଣୁ ଲୋକମାନଙ୍କୁ ଏହାକୁ ରାଜନୀତି ସହିତ ନଯୋଡିବାକୁ ଅନୁରୋଧ କରିଛନ୍ତି ଓମାର ।

ଯେତେବେଳେ ତାଙ୍କୁ ଧାରା ୩୭୦ ଉଚ୍ଛେଦ ପରବର୍ତ୍ତୀ ସମୟ ଉପରେ ପ୍ରଶ୍ନ କରାଯାଇଥିଲା, ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ ଓ କାଶ୍ମୀରରେ ଆତଙ୍କବାଦ ଏବଂ ପଥର ଫିଙ୍ଗା ଘଟଣା ପ୍ରାୟତଃ ହ୍ରାସ ପାଇଥିବା ବିଷୟରେ ନିଜର ସହମତ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । କହିଛନ୍ତି, ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଆତଙ୍କୀ କାର୍ଯ୍ୟକଳାପ ହ୍ରାସ ପାଇଛି ଏବଂ ଉପତ୍ୟକାର ପରିସ୍ଥିତିରେ ଅନେକ ସୁଧାର ଆସିଛି ବୋଲି ମତ ରଖିଛନ୍ତି ମୁଖ୍ୟମନ୍ତ୍ରୀ ।

 

Leave A Reply

Your email address will not be published.