Latest Odisha News

BREAKING NEWS

ମହାକୁମ୍ଭରେ ମୁଲାୟମ ସିଂ ଯାଦବଙ୍କ ଷ୍ଟାଚ୍ୟୁ, ତେଜିଲା ବିବାଦ

ପ୍ରୟାଗ: ଆଜିଠାରୁ ପ୍ରୟାଗରାଜରେ ମହାକୁମ୍ଭ ଆରମ୍ଭ ହୋଇଯାଇଛି। ୧୩ ଜାନୁଆରୀରୁ ୨୬ ଫେବୃଆରୀ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବିଶ୍ୱାସର ପର୍ବରେ କୋଟି କୋଟି ଭକ୍ତ ପବିତ୍ର ସ୍ନାନ ପାଇଁ ଏକତ୍ରିତ ହେବେ।

ଏହା ପୂର୍ବରୁ ମହାକୁମ୍ଭ ମେଳା ପରିସର ସ୍ଥିତ ଏକ ଶିବିରରେ ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କ ପ୍ରତିମୂର୍ତ୍ତିକୁ ନେଇ ବିବାଦ ଉପୁଜିଛି। ଅନେକ ହିନ୍ଦୁ ସନ୍ଥ ତୀବ୍ର ଆପତ୍ତି ମଧ୍ଯ ପ୍ରକାଶ କରିଛନ୍ତି। ଅଖିଳ ଭାରତୀୟ ଆଖଡା ପରିଷଦ ସମେତ ଅନେକ ସନ୍ଥ ଗମ୍ଭୀର ଅଭିଯୋଗ ଆଣିଛନ୍ତି ଏବଂ କହିଛନ୍ତି ଯେ ହିନ୍ଦୁମାନଙ୍କ ଆସ୍ଥାର ପର୍ବରେ ଜଣେ ହିନ୍ଦୁ ବିରୋଧୀ ନେତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବା ହିନ୍ଦୁମାନଙ୍କ ପ୍ରତି ଅପମାନ।

ଅଖିଳ ଭାରତୀୟ ଆଖଡ଼ା ପରିଷଦ ମୁଲାୟମଙ୍କ ପ୍ରତିମୂର୍ତ୍ତି ସ୍ଥାପନକୁ ଦୃଢ଼ ନିନ୍ଦା କରିଛନ୍ତି। ପରିଷଦର ସଭାପତି ମହନ୍ତ ରବିନ୍ଦ୍ର ପୁରୀ କହିଛନ୍ତି ଯେ ମୁଲାୟମ ସିଂହ ଯାଦବ ହିନ୍ଦୁ ବିରୋଧୀ ଏବଂ ସନାତନ ବିରୋଧୀ ମତ ରଖୁଥିଲେ।

 

Comments are closed.