Latest Odisha News

BREAKING NEWS

ବକ୍ସ ଅଫିସରେ ଧମାଲ କରୁଛି ଅକ୍ଷୟ କୁମାରଙ୍କ ‘ଗୋଲ୍ଡ’

ସ୍ୱାଧିନତା ଦିବସ ଅବସରରେ ଏକାଠି ପରଦାକୁ ଆସିଥିଲା ବଲିଉଡର ଏହି ଦୁଇ ଫିଲ୍ମ । ଅକ୍ଷୟଙ୍କ ଅଭିନୀତ ‘ଗୋଲ୍ଡ’ ଓ ଜନ ଆବ୍ରାମଙ୍କ ‘ସତ୍ୟମେବ ଜୟତେ’ ଫିଲ୍ମ ରିଲିଜ ପରେ ପରସ୍ପରକୁ କଡା ଟକ୍କର ଦେଉଛନ୍ତି ।

କିନ୍ତୁ ଏବେ କଲେକ୍ସନ ମାମଲାରେ ‘ଗୋଲ୍ଡ’, ସତ୍ୟମେବ ଜୟତେକୁ ପଛରେ ପକାଇଦେଇଛି । ଦେଶର ପ୍ରଥମ ଅଲମ୍ପିକ ଗୋଲ୍ଡ ମେଡଲର କାହାଣୀ ଉପରେ ଆଧାରିତ ଏହି ଫିଲ୍ମରେ ଛୋଟ ପରଦାର ମୌନୀ ରୟ ପ୍ରଥମଥର ପାଇଁ ବଲିଉଡରେ ଡେବ୍ୟୁ କରିଛନ୍ତି । ‘ଗୋଲ୍ଡ’ ପ୍ରଥମଦିନରେ ୨୫ କୋଟି ୨୫ ଲକ୍ଷ ଟଙ୍କା ଇନକମ କରିଥିଲାବେଳେ ‘ସତ୍ୟମେବ ଜୟତେ’ ୨୦କୋଟି ୫୨ ଲକ୍ଷ ଇନକମ କରିପାରିଛି ।

ସେ ଯାହା ହେଉ ବକ୍ସ ଅଫିସରେ କମ୍ କଲେକ୍ସନ କରିଥିଲେ ମଧ୍ୟ ‘ସତ୍ୟମେବ ଜୟତେ’ ରେର୍କଡ କରିବା ମାମଲାରେ ପଛରେ ରହିନାହିଁ । ଏହି ଫିଲ୍ମ ଜନଙ୍କର ଏପର୍ଯ୍ୟନ୍ତ ପ୍ରଥମ ଦିନରେ ସବୁଠାରୁ ଅଧିକ ଇନକମ କରିଥିବା ଫିଲ୍ମ ।

ରିମା କାଗତି ଗୋଲ୍ଡର ନିର୍ଦ୍ଦେଶନା ଦେଇଥିଲାବେଳେ ମିଲାପ ଜଭେରୀ ‘ସତ୍ୟମେବ ଜୟତେ’ର ନିର୍ଦ୍ଦେଶନା ଦେଇଛନ୍ତି । ଏହି ଫିଲ୍ମରେ ଜନ ସହିତ ମନୋଜ ବାଜପେୟୀ ଓ ଆୟେଶା ଶର୍ମା ମୁଖ୍ୟ ଭୂମିକାରେ ନଜର ଆସୁଥିବାବେଳେ ଫିଲ୍ମରେ ଜନ୍ ଭ୍ରଷ୍ଟାଚାର ବିରୋଧରେ ଲଢେଇ କରୁଥିବା ଦେଖିବାକୁ ମିଳିବ ।

Leave A Reply

Your email address will not be published.