Latest Odisha News

ଅଡୁଆରେ ଫେସବୁକ ସଂସ୍ଥାପକ, ମେଟାକୁ ସମନ କରିବ ସଂସଦୀୟ କମିଟି

ନୂଆଦିଲ୍ଲୀ: ଭାରତର ନିର୍ବାଚନ ଫଳାଫଳ ଉପରେ ମେଟା ସିଇଓ ମାର୍କ ଜୁକରବର୍ଗ ବିବାଦୀୟ ବୟାନ ଦେଇଥିଲେ। ଏହାପରେ ଅଡୁଆରେ ଫେସବୁକ ସଂସ୍ଥାପକ। ମାର୍କଙ୍କ ଭୁଲ ବୟାନ ଦେବାର କିଛି ଦିନ ପରେ, ସଂସଦୀୟ କମିଟି କହିଛି ଯେ ଏହା ସୋସିଆଲ ମିଡିଆ ପ୍ଲାଟଫର୍ମର ଅଧିକାରୀମାନଙ୍କୁ ସମନ କରିବ। ଏନେଇ ସଂସଦର ଆଇଟି ଓ ଯୋଗାଯୋଗ କମିଟିର ଅଧ୍ୟକ୍ଷ ନିଶିକାନ୍ତ ଦୁବେ ଏନେଇ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି।

ଫେସବୁକ୍ ପ୍ରତିଷ୍ଠାତା ଜୁକରବର୍ଗ ଏକ ପୋଡକାଷ୍ଟ ସମୟରେ କହିଥିଲେ ଯେ ବିଜେପି ନେତୃତ୍ୱାଧୀନ ଏନଡିଏ ସମେତ ସମସ୍ତ କ୍ଷମତାଶୀଳମାନେ ଗତବର୍ଷ ନିର୍ବାଚନରେ ​​ହାରିଯାଇଛନ୍ତି। ଜୁକରବର୍ଗ ଏକ ପଡକାଷ୍ଟରେ କହିଥିଲେ ଯେ ୨୦୨୪ ପୂରା ବିଶ୍ୱରେ ଏକ ବଡ଼ ନିର୍ବାଚନୀ ବର୍ଷ ଥିଲା। ଭାରତ ସମେତ ଅନେକ ଦେଶରେ ଏହି ବର୍ଷ ନିର୍ବାଚନ ଅନୁଷ୍ଠିତ ହୋଇଛି। ସେହି ସବୁ ଦେଶରେ ଶାସନରେ ଥିବା ସରକାର ମୁଦ୍ରାସ୍ଫିତି ପାଇଁ ହେଉ ବା କୋଭିଡ ମହାମାରୀ ସମୟରେ ଦୁର୍ବଳ ପରିଚାଳନା ପାଇଁ ଏହି ନିର୍ବାଚନରେ ଏକ ପ୍ରକାର ହାରିଯାଇଛନ୍ତି।

ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା କମିଟିର ଅଧ୍ୟକ୍ଷ, ବିଜେପି ସାଂସଦ ନିଶିକାନ୍ତ ଦୁବେ କହିଛନ୍ତି ଯେ ସେ ମେଟାକୁ ସମନ ପଠାଇବେ ଏବଂ ପ୍ଲାଟଫର୍ମକୁ ଭାରତୀୟ ସଂସଦରେ କ୍ଷମା ମାଗିବାକୁ କହିବେ। ଏହି ପ୍ରସଙ୍ଗରେ ଗତକାଲି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏକ୍ସରେ ମେଟାକୁ ଟ୍ୟାଗ୍ କରି ମାର୍କ ଜୁକରବର୍ଗଙ୍କ ଟିପ୍ପଣୀକୁ ନିନ୍ଦା କରିଥିଲେ। ଆଜି ବୈଷ୍ଣବଙ୍କ ପୋଷ୍ଟକୁ ରିପୋଷ୍ଟ କରି ନିଶିକାନ୍ତ ଦୁବେ ଲେଖିଛନ୍ତି ଯେ ମୋ କମିଟି ଏହି ମିଥ୍ୟା ଖବର ପାଇଁ ମେଟାକୁ ସମନ କରିବ। କୌଣସି ଗଣତାନ୍ତ୍ରିକ ଦେଶ ବିଷୟରେ ମିଛ ଖବର ପ୍ରସାରିତ କରିବା ସେହି ଦେଶର ଛବିକୁ ଖରାପ କରିଥାଏ। ଏହି ଭୁଲ ପାଇଁ ଉକ୍ତ ସଂସ୍ଥାକୁ ଭାରତୀୟ ସଂସଦ ତଥା ଦେଶର ଲୋକଙ୍କୁ କ୍ଷମା ମାଗିବାକୁ ପଡ଼ିବ।

 

Leave A Reply

Your email address will not be published.