ନୂଆଦିଲ୍ଲୀ: ସଇତାନ ମନୋବିଜ୍ଞାନୀଙ୍କ ଭୟଙ୍କର କାର୍ନାମା । ୧୫ ବର୍ଷରେ ୫୦ରୁ ଅଧିକ ଝିଅଙ୍କୁ କରିଛନ୍ତି ଦୁଷ୍କର୍ମ ଓ ବ୍ଲାକମେଲ । ନାଗପୁର ଅଞ୍ଚଳରୁ ଆସିଛି ଏପରି ଲଜ୍ୟାକର ଘଟଣା । ଏହି ୪୭ ବର୍ଷୀୟ ମନୋବିଜ୍ଞାନୀଙ୍କ ନାଁ ହେଉଛି ରାଜେ ଢ଼ୋକେ । ଛୋଟ ଝିଅଙ୍କୁ ଟାର୍ଗେଟ କରୁଥିଲେ ସେ । ସେମାନଙ୍କୁ କାଉନସେଲିଂ ଓ ରେସିଡେନ୍ସିଆଲ କ୍ୟାମ୍ପର ପ୍ରଲୋଭନ ଦେଖାଇ ଏପରି ଜଘନ୍ୟ କାଣ୍ଡ କରୁଥିଲେ ବୋଲି ଜଣାପଡ଼ିଛି ।
ବ୍ଯକ୍ତିତ୍ୱ ବିକାଶ କରିବା ଦିଗରେ ରାଜେଶ ବିଭିନ୍ନ ଗ୍ରାମଞ୍ଚଳକୁ ଯାଇ କ୍ୟାମ୍ପ କରି ଶିକ୍ଷା ଦେଉଥିଲେ । ଆଉ ଏହି କ୍ୟାମ୍ପକୁ ଆସୁଥିବା ଝିଅମାନଙ୍କୁ ଟାର୍ଗେଟ କରି ରାଜେଶ ସେମାନଙ୍କୁ ଯୌନ ନିର୍ଯାତନା ଦେଉଥିଲେ ବୋଲି ପୋଲିସ କହିଛି । ଏମିତିକି ରାଜେଶ ଘଟଣା ସମୟର ଫଟୋ ଉଠାଇ ପୀଡିତାମାନଙ୍କୁ ବ୍ଲାକ ମେଲିଂ କରୁଥିବା ଅଭିଯୋଗରେ କୁହାଯାଇଛି । ଅଭିଯୋଗ ପରେ ମନୋବିଜ୍ଞାନୀ ରାଜେଶଙ୍କ ନାମରେ ପୋଲିସ ମୋଟ ୩ ଟି ମାମଲା ରୁଜୁ କରିଛି। ଗୋଟିଏ ମାମଲା ପୋକ୍ସୋ ଅଧିନରେ ରୁଜୁ ହୋଇଥିବା ବେଳେ ଅନ୍ୟ ଦୁଇଟି ଜାତିଆଣା ମାମଲାରେ ରୁଜୁ ହୋଇଛି ।
ପୋଲିସ ବିଭିନ୍ନ ସିସିଟିଭି ଫୁଟେଜରୁ ଜାଣିବାକୁ ପାଇଛି ଯେ ରାଜେଶ ଅନେକ ମହିଳାଙ୍କ ସହ ମନ୍ଦ ବ୍ୟବହାର କରୁଥିଲା । ଆଉ ଏଥିପାଇଁ ରାଜେଶ ପୂର୍ବରୁ ବହୁଥର ମାଡ ମଧ୍ୟ ଖାଇଥିବା ଜଣାପଡ଼ିଛି। ଏତେ ସବୁ ହେଲା ପରେ ବି ତା ବ୍ୟବହାରରେ କୌଣସି ପରିବର୍ତ୍ତନ ଆସୁନଥିବା ସ୍ଥାନିୟ ଲୋକମାନେ କହିଛନ୍ତି।