Latest Odisha News

BREAKING NEWS

କେଜ୍ରିୱାଲଙ୍କ ବିରୋଧରେ ରୁଜୁ ହେବ ମାମଲା, ଇଡିକୁ ଅନୁମତି ଦେଲା ଗୃହ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରଣାଳୟ ମଦ ଦୁର୍ନୀତି ମାମଲା ସହିତ ଜଡିତ କଥିତ ମନି ଲଣ୍ଡରିଂ ମାମଲାରେ ଅରବିନ୍ଦ କେଜ୍ରିୱାଲ ଏବଂ ମନୀଷ ସିସୋଦିଆଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ଇଡିକୁ ଅନୁମତି ଦେଇଛି। ଏହି ଅନୁମତି ଗୁରୁତ୍ୱପୂର୍ଣ୍ଣ କାରଣ ଅରବିନ୍ଦ କେଜ୍ରିୱାଲ ଏହାର ଅନୁପସ୍ଥିତି ଆଧାରରେ ଦିଲ୍ଲୀ ହାଇକୋର୍ଟକୁ ନିମ୍ନ ଅଦାଲତରେ ତାଙ୍କ ବିରୁଦ୍ଧରେ ଚାଲିଥିବା ମାମଲାକୁ ରଦ୍ଦ କରିବାକୁ ଅନୁରୋଧ କରିଛନ୍ତି।

ସୂତ୍ର ଅନୁଯାୟୀ, ଗତ ବର୍ଷ ନଭେମ୍ବରରେ ସୁପ୍ରିମକୋର୍ଟ ଏକ ନିର୍ଦ୍ଦେଶ ଦେଇ କହିଥିଲେ ଯେ ଜଣେ ସରକାରୀ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ କର୍ତ୍ତୃପକ୍ଷଙ୍କଠାରୁ ଅନୁମତି ନେବାକୁ ପଡିବ। ଇଡି ଅରବିନ୍ଦ କେଜ୍‌ରିୱାଲଙ୍କୁ ମଦ ଦୁର୍ନୀତିର ମାଷ୍ଟରମାଇଣ୍ଡ ବୋଲି କହିଥିଲା। ଇଡି ତାଙ୍କୁ ଜଣେ ଷଡଯନ୍ତ୍ରକାରୀ ଏବଂ ବାଦଶାହା ଭାବରେ ବର୍ଣ୍ଣନା କରିଥିଲା। ଇଡି ମଧ୍ୟ ଅରବିନ୍ଦ କେଜ୍‌ରିୱାଲଙ୍କ ବିରୋଧରେ ଏକ ଚାର୍ଜସିଟ ଦାଖଲ କରିଛି, ଯାହା ବିରୋଧରେ କେଜ୍‌ରିୱାଲ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଏବଂ କହିଥିଲେ ଯେ ଚାର୍ଜସିଟ ଉପରେ ବିଚାର କରିବା ଉପରେ ରୋକ ଲଗାଯିବା ଉଚିତ୍‌।

୬ ନଭେମ୍ବର, ୨୦୨୪ରେ, ସୁପ୍ରିମକୋର୍ଟ ତେଲେଙ୍ଗାନା ହାଇକୋର୍ଟର ସେହି ନିଷ୍ପତ୍ତିକୁ ବଜାୟ ରଖିଥିଲେ ଯେଉଁଥିରେ ଦୁଇ ଆଇଏଏସ୍ ଅଧିକାରୀ ବିଭୁ ପ୍ରସାଦ ଆଚାର୍ଯ୍ୟ ଏବଂ ଆଦିତ୍ୟନାଥ ଦାସଙ୍କ ବିରୋଧରେ ଇଡି ଚାର୍ଜସିଟ୍ ରଦ୍ଦ କରାଯାଇଥିଲା। ଜଷ୍ଟିସ୍ ଅଭୟ ଏସ୍ ଓକା ଏବଂ ଅଗଷ୍ଟିନ ଜର୍ଜ ମସିହଙ୍କ ସୁପ୍ରିମକୋର୍ଟ ଖଣ୍ଡପୀଠ କହିଥିଲେ ଯେ CrPCର ଧାରା 197(1) PMLA ମାମଲା ପାଇଁ ମଧ୍ୟ ପ୍ରଯୁଜ୍ୟ।

ଏବେ ହାଇକୋର୍ଟଙ୍କୁ ଦେଖିବାକୁ ପଡିବ ଯେ କେଜ୍ରିୱାଲଙ୍କ ମାମଲାରେ ଇଡିକୁ ମକଦ୍ଦମା ଚଳାଇବା ପାଇଁ କେଉଁ ତାରିଖରୁ ଅନୁମତି ଦିଆଯାଇଛି। ଯଦି ଚାର୍ଜସିଟ୍ ଦାଖଲ ପରେ ଏହି ଅନୁମତି ଦିଆଯାଏ, ତେବେ ଏହି ବୈଷୟିକ ଆଧାରରେ ଚାର୍ଜସିଟ୍ ବାତିଲ କରାଯାଇପାରିବ କି, ସେନେଇ ବର୍ତ୍ତମାନ ସମସ୍ତଙ୍କ ମନରେ ପ୍ରଶ୍ନ।

Leave A Reply

Your email address will not be published.