Latest Odisha News

ପୁରୀ ଗଣଦୁଷ୍କର୍ମ ମାମଲା: ୨୦ ଦିନ ଭିତରେ ଚାର୍ଜସିଟ୍ ପ୍ରସ୍ତୁତ କରିବ ପୋଲିସ

ପୁରୀ: ପୁରୀରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିବା ଅଭିଯୋଗରେ ଜଣେ ପୋଲିସ ବାବୁ ଗିରଫ ହେବା ପରେ ପୋଲିସ ପକ୍ଷରୁ ଏହି ମାମଲାରେ ୨୦ ଦିନ ଭିତରେ ଚାର୍ଜସିଟ୍ ପ୍ରସ୍ତୁତ କରାଯିବ ।

ପୋଲିସ ଡିଆଇଜି (କେନ୍ଦ୍ରାଞ୍ଚଳ) ଆଶିଷ ସିଂହ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, “ମୁଖ୍ୟ ଅଭିଯୁକ୍ତ ଜିତେନ୍ଦ୍ର କୁମାର ସେଠୀ ଓ ତା’ ସହଯୋଗୀ ରାଜେଶ ସେଠୀକୁ ଗିରଫ କରାଯାଇଛି । ସେମାନଙ୍କୁ ଜେରା ପରେ କୋର୍ଟ ଚାଲାଣ କରାଯିବ ।

ଡିଆଇଜି ଆହୁରି ମଧ୍ୟ କହିଛନ୍ତି, ଏହି ମାମଲାକୁ ଆମେ ସ୍ପେଶାଲ୍ କେସ୍ ଭାବେ ଗ୍ରହଣ କରିଛୁ । ଅନ୍ୟ ୨ଜଣ ଅଭିଯୁକ୍ତଙ୍କ ସମ୍ପର୍କରେ ପତ୍ତା ଲଗାଇବା ପାଇଁ ଆଉ ୪ଟି ଟିମ୍ ଗଠନ କରାଯାଇଛି ।

ଏହାବ୍ୟତିତ ଏହି ମାମଲାର ବିଚାର ଫାଷ୍ଟଟ୍ରାକ୍ ଟ୍ରାଏଲରେ କରିବାକୁ ଆମେ କୋର୍ଟରେ ନିବେଦନ କରିବୁ । ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଦଣ୍ଡ ପ୍ରଦାନ କରିବା ଲାଗି ସ୍ୱତନ୍ତ୍ର ସରକାରୀ ଓକିଲଙ୍କୁ ନିଯୁକ୍ତ କରାଯିବ । ଯେକେହିବି ଏହି ଘଟଣାରେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ସମ୍ପୃକ୍ତ ଥିବେ, ତାଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବା ପାଇଁ ଚେଷ୍ଟା କରିବୁ ।

ଅପରପକ୍ଷରେ ଚାକିରିରେ ନଥାଇ ମଧ୍ୟ ଅଭିଯୁକ୍ତ ଜିତେନ୍ଦ୍ର ପୋଲିସ ପରିଚୟ ପତ୍ରର ଦୂରୁପଯୋଗ କରିଥିବା ନେଇ ତା’ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି ।

ଅଭିଯୁକ୍ତ ଜିତେନ୍ଦ୍ରଙ୍କ ବିରୋଧରେ ଆଇପିସିର ଧାରା ୩୬୩, ୩୬୭(ଡିଏ), ୩୯୪ ଏବଂ ପୋକ୍ସୋ ଆକ୍ଟ ଅନୁଯାୟୀ ଧାରା ୬ ଲଗାଯାଇଛି ।

Leave A Reply

Your email address will not be published.