Latest Odisha News

BREAKING NEWS

ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଅବସରରେ ସମ୍ ଅଲ୍ଟିମେଟ ମେଡିକେୟାର ପକ୍ଷରୁ ସ୍ୱାସ୍ଥ୍ୟ ଶିବିର ଆୟୋଜିତ

ଭୁବନେଶ୍ୱର: ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଅବସରରେ ସମ୍ ଅଲ୍ଟିମେଟ ମେଡିକେୟାର ପକ୍ଷରୁ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି । ପ୍ରୋସ୍ଥେଟିକ୍ସ ଏବଂ ଅର୍ଥୋଟିକ୍ସ ବିଭାଗ ପକ୍ଷରୁ ଏହି ଶିବିରର ଆୟୋଜନ କରାଯାଇଥିଲା । ଓଡ଼ିଶା ସରକାରଙ୍କର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ଭୁବନେଶ୍ୱର ସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ଏହି ତିନି ଦିନିଆ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ବେଳେ ଏହାକୁ ମନ୍ତ୍ରୀ ଅଶୋକ ପଣ୍ଡା ଉଦଘାଟନ କରିଥିଲେ ।

ସମ୍ ଅଲ୍ଟିମେଟ ମେଡିକେୟାରର ପ୍ରୋସ୍ଥେଟିକ୍ସ ଏବଂ ଅର୍ଥୋଟିକ୍ସ ବିଭାଗର ମୁଖ୍ୟ ଡଃ ସୁମନ୍ ପଣ୍ଡା ଏହି ସ୍ୱାସ୍ଥ୍ୟ ଶିବିରର ନେତୃତ୍ୱ ନେଇଥିଲେ । ଏହି ବିଭାଗର ଟେକ୍ନିସିଆନ୍ ୟୁସୁଫ୍ ଶାହ ଡଃ ପଣ୍ଡାଙ୍କୁ ସହଯୋଗ କରିଥିଲେ ।

ସମ୍ ଅଲ୍ଟିମେଟ ମେଡିକେୟାର ହେଉଛି ପ୍ରଥମ ହସ୍ପିଟାଲ୍ ଯେଉଁଠାରେ କି ପ୍ରୋସ୍ଥେଟିକ୍ସ ଏବଂ ଅର୍ଥୋଟିକ୍ସ ବିଭାଗରେ ଶାରୀରିକ ଭିନ୍ନକ୍ଷମଙ୍କ ପାଇଁ ଅତ୍ୟାଧୁନିକ ପଦ୍ଧତିରେ ବିଶ୍ୱସ୍ତରୀୟ ଚିକିତ୍ସା ପ୍ରଦାନ କରାଯିବା ସହ ଏକ ଫିଜିକାଲ୍ ଥେରାପି ୟୁନିଟ୍ ମଧ୍ୟ କାର୍ଯ୍ୟକ୍ଷମ କରାଯାଉଛି ।

ତିନିଦିନ ଧରି ଆୟୋଜିତ ଏହି ଶିବିରରେ ମାଗଣାରେ ଚିକିତ୍ସା ଓ ପରାମର୍ଶ ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.