Latest Odisha News

BREAKING NEWS

ମହିଳାଙ୍କ ପାଖରେ ଦେଖାଯାଏ ଅଧିକ ଥାଇରଏଡ ସମସ୍ୟା, ଜାଣନ୍ତୁ କାହିଁକି…

ଭୁବନେଶ୍ୱର: ବର୍ତ୍ତମାନ ସମୟରେ ଥାଇରଏଡ୍‌ ଏକ ମୁଖ୍ୟ ସମସ୍ୟା ରୂପରେ ଦେଖା ଦେଲାଣି । ଏକ ସର୍ଭେରୁ ଜଣାପଡିଛି ଉତ୍ତର ଭାରତରେ ଥାଇରଏଡ ରୋଗୀଙ୍କ ସଂଖ୍ୟା ଅଧିକ। ଏଥିରେ ଆକ୍ରାନ୍ତ ବ୍ୟକ୍ତିଙ୍କ ଓଜନ ବଢ଼ିବା ସହିତ ରକ୍ତ ସନ୍ତୁଳନରେ ମଧ୍ୟ ବାଧା ଉପୁଜିଥାଏ।

ଗବେଷଣାର ତଥ୍ୟ ଅନୁଯାୟୀ ପୁରୁଷଙ୍କ ତୁଳନାରେ ମହିଳାମାନେ ଅଧିକ ଥାଇରଏଡ ରୋଗରେ ଆକ୍ରାନ୍ତ ହୋଇଥାନ୍ତି। ଏହାର ମୁଖ୍ୟ କାରଣ ମହିଳାଙ୍କଠାରେ ଅଟୋ ମାଇଗ୍ରେସନ ସମସ୍ୟା ଅଧିକ ହୋଇଥାଏ।

ଏସ୍‌ଆର୍‌ଏଲ୍‌ ଡାଇଗ୍ନୋଷ୍ଟିକ ରିପୋର୍ଟ ଅନୁଯାୟୀ ୨୦ ପ୍ରତିଶତ ମହିଳାଙ୍କଠାରେ ଆଣ୍ଟି ବାୟୋଡିସ୍‌ ପଜିଟିଭ୍‌ ଥାଇରଏଡ୍‌ ମିଳିଥାଏ, ଯାହା ପୁରଷଙ୍କଠାରେ ୪୫ ପ୍ରତିଶତ ଦେଖାଯାଇଥାଏ। ୩୧ ବର୍ଷରୁ ୪୫ ବର୍ଷ ଲୋକଙ୍କଠାରେ ଏହି ସମସ୍ୟା ବେଶି ଦେଖାଯାଇଥାଏ।

ଏହାର ପ୍ରଭାବ ଥାଇରଏଡ୍‌ ଗ୍ରନ୍ଥି ଉପରେ ପଡ଼ିଥାଏ। ଏହି ସମସ୍ୟାରୁ ନିଜକୁ ମୁକ୍ତ କରିବା ପାଇଁ କିଛି ଉପାୟ ଆପଣାଇ ପାରିବେ।
ଆୟୋଡିନ କମ୍‌ ଯୋଗୁ ଏହି ସମସ୍ୟା ଉପୁଜିଥାଏ। ତେଣୁ ଶରୀରରେ ଆୟୋଡିନ ମାତ୍ରା ବଢ଼ାଇବାକୁ ପଡ଼ିଥାଏ। ଖାଦ୍ୟଜନିତ ଅନେକ କଟକଣା ମାନିବାକୁ ପଡିଥାଏ। ମିଠା, ଥଣ୍ଡା ପଦାର୍ଥ ଯୋଗୁ ଓଜନ ବଢ଼ୁଥିବା ହେତୁ ଖାଦ୍ୟପେୟରେ କମ୍‌ ସାମିଲ କରିବାକୁ ପଡ଼ିଥାଏ।

Leave A Reply

Your email address will not be published.