Latest Odisha News

BREAKING NEWS

ବାଜପେୟୀଙ୍କ ବିୟୋଗରେ ଓଡିଶା ସରକାରଙ୍କ ଛୁଟି ଘୋଷଣା ଓ ସାତଦିନ ରାଷ୍ଟ୍ରୀୟ ଶୋକ

ଭୁବନେଶ୍ୱର : ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବିୟୋଗରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ତା. ୧୭.୦୮.୨୦୧୮ ରିଖକୁ ସରକାରୀ ଛୁଟି ଭାବେ ଘୋଷଣା କରିଛନ୍ତି ।

ଏହାସହିତ ଆଜିଠାରୁ ୭ଦିନ ପର୍ଯ୍ୟନ୍ତ ସରକାରଙ୍କ ତରଫରୁ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି । ଏହି ୭ଦିନ ଧରି ରାଜ୍ୟର ସମସ୍ତ ସରକାରୀ କୋଠାବାଡିରେ ଜାତୀୟ ପତାକା ଅର୍ଦ୍ଧନମିତ ରହିବ ।

ଏପରିକି କୌଣସି ସରକାରୀ ଉତ୍ସବ ପାଳନ କରାଯିବ ନାହିଁ । ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଆସନ୍ତାକାଲି ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ସହିତ ସମସ୍ତ ଶିକ୍ଷାନୁଷ୍ଠାନ ମଧ୍ୟ ବନ୍ଦ ରହିବ ।

ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ତାଙ୍କ ଶୋକ ବାର୍ତ୍ତାରେ କହିଛନ୍ତି “ଆଜି ସମଗ୍ର ଜାତିର ଏକ ବିରାଟ କ୍ଷତି ଘଟିଛି, ଏବଂ ବ୍ୟକ୍ତିଗତ ଭାବେ ମୁଁ ମଧ୍ୟ ଏକ ମହାନ୍ ବ୍ୟକ୍ତିତ୍ୱଙ୍କୁ ହରାଇଲି” ।
“ମୋର ରାଜନୈତିକ ଜୀବନରେ ପାଦ ଦେଲାବେଳେ ବାଜପେୟୀଙ୍କ ସହିତ ସମ୍ପର୍କ ବୃଦ୍ଧି ହୋଇଥିଲା ।”
“ସେ ଜଣେ ଶୃଙ୍ଖଳାର ମଣିଷ ଥିଲେ, ଆଉ ମଧ୍ୟ ସେ ଥିଲେ ଜଣେ ଆଦର୍ଶ କବି । ପ୍ରକୃତରେ ଗୋଟେ ଯୁଗର ଅବସାନ ଘଟିଲା । ଓଡିଶା ଲାଗି ତାଙ୍କର ମହାନ ହୃଦୟ ସଦା ସର୍ବଦା ଜାଗ୍ରତ ଥିଲା ।”
“ବାଜପେୟୀ ଜି ଆମେ ଆପଣଙ୍କ ଅନୁପସ୍ଥିତିକୁ ଅନୁଭବ କରୁଛୁ । ତାଙ୍କର ଅମର ଆତ୍ମାର ସଦଗତି ହେଉ ।”
ଆଜି ସକାଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀସ୍ଥିତ ଏମସ ଯାଇ ଏହି ଦିବଗଂତ ନେତାଙ୍କର ଶେଷ ଦର୍ଶନ କରିଥିଲେ ।

Leave A Reply

Your email address will not be published.