Latest Odisha News

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ

ତା ୦୪-୧୨-୨୦୧୯ ବୁଧବାର

ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର

ମୋବାଇଲ: 9437225434

ଆଜି ଦିନର ମହତ୍ତ୍ୱ.

ଆଜି ହେଉଛି ୨୦୧୯ ମସିହା ଡିସେମ୍ବର ତା ୦୪ ରିଖ ବୁଧବାର ବିଛା ୧୮ଦିନ ମାର୍ଗଶିର ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥି ଶତଭିଷା ନକ୍ଷତ୍ର କୁମ୍ଭ ଚନ୍ଦ୍ର
ଘାତ ବାର-: କର୍କଟ ରାଶିର
ଘାତ ଚନ୍ଦ୍ର-: ମିଥୁନ ରାଶି ପୁରୁଷ , ମୀନ ରାଶିର ପୁରୁଷ ଓ ମହିଳାଙ୍କର
ଆଜି: ନଡିଆ ଖାଇବା ନିଷେଧ

ମେଷ : ଆଜି ଆପଣଙ୍କୁ ସୁଖ ସମ୍ମାନ ମିଳିବ ।ଶତୃମାନେ ପରାଜିତ ହେବେ ।ମହିଳାମାନେ ପ୍ରତ୍ୟେକ ଦିଗରୁ ସଫଳତା ପାଇବେ ।ଉଚ୍ଚ କର୍ତ୍ତୃପକ୍ଷଙ୍କର ଆସ୍ଥା ଭାଜନ ହେବେ ।ବିଦ୍ଯାର୍ଥୀମାନେ ବିଦ୍ଯାରେ ସଫଳତା ପାଇବେ ।

ବୃଷ : ଆୟ ମଧ୍ଯମ ହେବ ।ବହୁଦିନର ଆଶା ଅଭିଳାଷ ପୁରଣ ହେବ ।ଦେହ ମନ ସୁସ୍ଥ ରହିବ ।ପାରିବାରିକ ଜୀବନରେ ବିଶୃଙ୍ଖଳା ଦେଖା ଦେଇପାରେ ।ଛାତ୍ରଛାତ୍ରୀମାନେ ଆଶାନୁରୂପ ଶୁଭ ଫଳ ପାଇବେ ନାହିଁ ।

ମିଥୁନ : ବାଣିଜ୍ୟ ବ୍ଯବସାୟରେ ଲାଭବାନ ହେବେ । ମାନ ସମ୍ମାନ ପ୍ରତିଷ୍ଠା ବୃଦ୍ଧି ପାଇବ ।କର୍ମ କ୍ଷେତ୍ରରେ ପଦୋନ୍ନତି ନୂତନ ନିଯୁକ୍ତି ମିଳିବ ।ଦାମ୍ପତ୍ୟ ଜୀବନ ସୁଖମୟ ହେବ ।ଛାତ୍ରଛାତ୍ରୀମାନେ ଆଶାନୁରୂପ ଶୁଭ ଫଳ ପାଇବେ ।

କର୍କଟ : କର୍ମ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିବ ନାହିଁ ।ପାରିବାରିକ ଜୀବନରେ ମତ ପାର୍ଥକ୍ୟ ଦେଖା ଦେବ ।
ଆୟ ଅପେକ୍ଷା ବ୍ଯୟ ଅଧିକ ହେବ ।ରୋଗ ଶୋକ ମନକୁ ବିଷାଦ ଗ୍ରସ୍ତ କରାଇବ ।

ସିଂହ : ମାନସିକ ଶାନ୍ତି ମିଳିବ ସହିତ ଅଧିକ ଲାଭ ମିଳିବ ।ବ୍ଯବସାୟରେ ପୂର୍ବ ଅପେକ୍ଷା ଉନ୍ନତି ପରିଲକ୍ଷିତ ହେବ ।ମହିଳାମାନେ ଯଶସ୍ବୀ ହେବେ ।ଧନ ଜନ ମାନ ସମ୍ମାନ ମିଳିବ ।ସଞ୍ଚିତ ଅର୍ଥ ବୃଦ୍ଧି ଘଟିବ ।ବିଦ୍ଯାର୍ଥୀ କୃତ କାର୍ଯ୍ୟ ହେବେ ।

କନ୍ୟା : ଦେହ ମନ ସୁସ୍ଥ ରହିବ ।ଦୂର ସ୍ଥାନକୁ ଯାତ୍ରା କରିବେ ଯାତ୍ରାରେ ସଫଳତା ମିଳିବ ।ଦ୍ରବ୍ୟ ଲାଭ ସହ ବସ୍ତ୍ର ଲାଭ ଯୋଗ ରହିଛି ।ମହିଳାମାନେ ଗୃହ କର୍ମରେ ଲିପ୍ତ ରହିବେ ।ବିଦ୍ଯାର୍ଥୀମାନେ କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇବ ।

ତୁଳା : ଆଜି ଦିନଟି କର୍ମ ବ୍ଯସ୍ତତା ମଧ୍ଯରେ କଟିବ ।ଦାମ୍ପତ୍ୟ ଜୀବନରେଭୁଲ ବୁଝାମଣା ଦେଖା ଦେବ ।ବ୍ଯବସାୟରେ ଦ୍ରବ୍ୟ ନଷ୍ଟ ବା ଚୋରୀ ହେବାର ସମ୍ଭାବନା ରହିଛି ।ଶରୀରର ଯେକୌଣସି ଅଙ୍ଗରେ ଆଘାତ ଲାଗି ପାରେ ।

ବିଛା : ଯଗି ରଖି ଚଳନ୍ତୁ ଶାରୀରିକ ପୀଡା ଅନୁଭବ କରିବେ ।ନିଜର ଲୋକ ବିରୁଦ୍ଧାଚରଣ କରିବେ ।ସନ୍ତାନ ସନ୍ତତିମାନେ ଉତ୍ସୃଖଳିତ ହେବେ ।ଆକସ୍ମିକ ଦୁର୍ଘଟଣା ଦେଖା ଦେଇପାରେ ।ବ୍ଯବସାୟରେ ସମସ୍ଯା ଦେଖା ଦେବ ।ମହିଳାମାନେ ସମାଲୋଚିତ ହେବେ ।

ଧନୁ : ବିଭିନ୍ନ ସୂତ୍ରରୁ ଅର୍ଥାଗମ ହେବ ।ମାନ ସମ୍ମାନ ଯଶ ଗୌରବ ବୃଦ୍ଧି ପାଇବ ।ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବ ।ସ୍ଥାବର ଅସ୍ଥାବର ସମ୍ପତ୍ତିର ଅଧିକାରୀ ହେବେ ।ମନ ନିର୍ମଳ ରହିବ ।ସୁ ସ୍ବାଦୁ ଭୋଜନ ମିଳିବ ।ଦୁଃସାହସିକ ପଦକ୍ଷେପ ନେଇ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ ।

ମକର : ବିବାଦୀୟ ଘଟଣା ରେ ଜୟ ଯୁକ୍ତ ହେବେ।ଶତୃମାନେ ପରାଜିତ ହେବେ ।ପାରିବାରିକ ସ୍ନେହ ସମ୍ପର୍କ ଅତୁଟ ରହିବ ।କର୍ମ କ୍ଷେତ୍ରରେ ସମ୍ମାନିତ ହେବେ ।ବିଦ୍ଯାର୍ଥୀମାନେ ବିଦ୍ଯାରେ ସଫଳତା ପାଇବେ ।ନୂତନ ଗୃହ ବା ଭୂମି ଲାଭରଯୋଗ ରହିଛି ।

କୁମ୍ଭ : କଥାବାର୍ତ୍ତାରେ ସଂଯମତା ରକ୍ଷା କରନ୍ତୁ ।ଗୁପ୍ତ ଶତୃମାନେ ସକ୍ରୀୟ ହୋଇ ଉଠିବେ ।ପାରିବାରିକ ଜୀବନରେ ବାଦ ବିବାଦ ଦେଖା ଦେଇପାରେ ।ବ୍ଯବସାୟରେ ଲାଭ ପରିବର୍ତ୍ତେ କ୍ଷତି ହେବ ।ସ୍ଥଗିତ କାମ ପାଇଁ ଦୋଷି ସାବ୍ଯସ୍ତ ହେବେ ।ମହିଳାମାନେ ପ୍ରତ୍ୟେକ ଦିଗରୁ ଅପମାନିତ ଓ ସମାଲୋଚିତ ହେବେ ।

ମୀନ : ଅଜଣା ଅଶୁଣା ବ୍ଯକ୍ତିଠାରୁ ଦୂରେଇ ରହନ୍ତୁ ।ବୃତ୍ତିଗତ ଧନ୍ଦାରେ ପ୍ରତିବନ୍ଧକ ଦେଖା ଦେବ ।ଧନ ହାନୀ ପ୍ରାଣ ପୀଡା ଏପରିକି ନିଜର ଲୋକମାନେ ବିରୁଦ୍ଧାଚରଣ କରିବେ ।ପାରିବାରିକ ଜୀବନରେ ବାଦ ବିବାଦ ଦେଖା ଦେବ ।ଆୟ ଅପେକ୍ଷା ବ୍ଯୟ ଅଧିକ ହେବ ।

Comments are closed.