Latest Odisha News

BREAKING NEWS

ଶ୍ରୀମନ୍ଦିର ସୁରକ୍ଷା ପାଇଁ ଘରୋଇ ଜମି ପ୍ରଦାନ ସୀମା ଡିସେମ୍ବର ୯ ଯାଏଁ ବୃଦ୍ଧି

ପୁରୀ: ଶ୍ରୀମନ୍ଦିର ସୁରକ୍ଷା ନିମନ୍ତେ ସ୍ୱେଚ୍ଛାକୃତ ଭାବରେ ଜମି ବିକ୍ରୟ ପାଇଁ ରାଜ୍ୟ ସରକାର ଏହି ସମୟସୀମାକୁ ଆଉ ୭ ଦିନ ଅର୍ଥାତ୍ ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।

ଶ୍ରୀମନ୍ଦିର ନିରାପତ୍ତା ବଳୟ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିବେଦନ କ୍ରମେ ସନ୍ନିକଟ ଅଞ୍ଚଳରେ ଅନେକ ବାସିନ୍ଦା ସରକାରଙ୍କ ପୁନର୍ବାସ ଓ ଥଇଥାନ ନୀତିକୁ ସ୍ବେଚ୍ଛାକୃତ ଭାବରେ ଗ୍ରହଣ କରିଛନ୍ତି ଏବଂ ନିରାପତ୍ତା ବଳୟ ନିମନ୍ତେ ସେମାନଙ୍କ ଜମି ପ୍ରଦାନ କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ୨୦୦୯ ଡିସେମ୍ବର ୨ ତାରିଖ ପର୍ଯ୍ୟନ୍ତ ସିଧାସଳଖ ବିକ୍ରୟ ଯୋଜନାରେ ୧୦୬ଟି ପ୍ଲଟ ପାଇଁ ୮୦ଟି ବିକ୍ରି କବଲା କରାଯାଇଛି।

ସୂଚନାଯୋଗ୍ୟ ବର୍ତ୍ତମାନ ସୁଦ୍ଧା ୭୫% ଜମି ସ୍ବେଚ୍ଛାକୃତ ଭାବରେ ବାସିନ୍ଦା ମାନେ ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.