Latest Odisha News

ସ୍ୱଚ୍ଛ ଶିକ୍ଷାନୁଷ୍ଠାନ ଭାବେ ପୁରସ୍କୃତ ହେଲା ‘ସୋଆ’ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ ଡିମଡ୍ ଟୁ ବି ୟୁନିଭର୍ସିଟି) ପୂର୍ବ ଭାରତର ପ୍ରଥମ ଓ ଏକ ମାତ୍ର ସ୍ୱଚ୍ଛ ଉଚ୍ଚ ଶିକ୍ଷାନୁଷ୍ଠାନ । ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ପକ୍ଷରୁ ଘୋଷଣା କରାଯାଇଥିବା ଆବାସିକ ବିଶ୍ୱବିଦ୍ୟାଳୟ ସ୍ୱଚ୍ଛତା ର‌୍ୟାଙ୍କିଂ ତାଲିକାରେ ସୋଆ ଦେଶରେ ପଞ୍ଚମ ସ୍ଥାନରେ ରହିଥିବା ବେଳେ ପୂର୍ବ ଭାରତର ପ୍ରଥମ ଏବଂ ଏକ ମାତ୍ର ସ୍ୱଚ୍ଛ ଶିକ୍ଷାନୁଷ୍ଠାନ ଭାବେ ପୁରସ୍କୃତ ହୋଇଛି।

ନୂଆଦିଲ୍ଲୀର ନ୍ୟାଲସନ୍ ମାଣ୍ଡେଲା ମାର୍ଗସ୍ଥିତ ମଙ୍ଗଳବାର ଏାଇସିଟିଇର ପ୍ରଜ୍ଞା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସ୍ୱତନ୍ତ୍ର ଉତ୍ସବରେ ସୋଆକୁ ସ୍ୱଚ୍ଛ କ୍ୟାମ୍ପସ୍ ପାଇଁ ସମ୍ମାନିତ କରାଯାଇଛି ।

କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ୍ଙ୍କ ସ୍ୱାକ୍ଷର ଥିବା ପ୍ରମାଣ ପତ୍ରକୁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ଉଚ୍ଚଶିକ୍ଷା ସଚିବ ଆର୍ ସୁବ୍ରମଣ୍ୟମ୍, ସୋଆ କୁଳପତି ପ୍ରଫେସର ଅମିତ୍ ବାନାର୍ଜୀଙ୍କୁ ପ୍ରଦାନ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଏଆଇସିଟିଇ ଅଧ୍ୟକ୍ଷ ପ୍ରଫେସର ଅନିଲ୍ ଡି. ସହସ୍ରବୁଦେ୍ଧଙ୍କ ସମେତ ୟୁଜିସି ସଚିବ ପ୍ରଫେସର ଧୀରେନ୍ଦ୍ର ପାଲ୍ ସିଂ, କେନ୍ଦ୍ର ମାନବ ସମ୍ବଳ ବିକାଶ ଅତିରିକ୍ତ ସଚିବ, ଯୁଗ୍ମ ସଚିବ ଏବଂ ସୋଆ ସଭାପତିଙ୍କ ଓ ଏସ୍ଡି ପ୍ରୀତମ୍ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ ।

Comments are closed.