Latest Odisha News

ଇଣ୍ଡୋନେସିଆରେ ‘ସୁନ୍ଦରୀ ପ୍ରତିଯୋଗିତା’ ଜିତିଲେ ଓଡ଼ିଆ ଯୁବତୀ ସିମରନ !

ବିଶ୍ୱ ମାନଚିତ୍ରରେ ପୁଣି ଓଡ଼ିଶାର ଟେକ ରଖିଛନ୍ତି ଜଣେ ଓଡ଼ିଆ ଝିଅ । କୋରାପୁଟ ଜିଲ୍ଲାର ଜଣେ ଆଦିବାସୀ ଝିଅ ସାନ୍ତ୍ୱନା ବି ସିମରନ ଇଣ୍ଡୋନେସିଆର ଜାକାର୍ତାଠାରେ ଅନୁଷ୍ଠିତ ‘ସୁନ୍ଦରୀ ପ୍ରତିଯୋଗିତା’ରେ ‘ମିସ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଫୋଟୋଜେନିକ’ ଟାଇଟେଲ ଜିତିଛନ୍ତି ।

ସିମରନ ହେଉଛନ୍ତି କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ବ୍ଲକର ମାଥଲାପୁରରେ ବସବାସ କରୁଥିବା କୋରାପୁଟିଆ ଦେଶିଆ ଜନଜାତି ସମମୁଦାୟର।

ଯୁକ୍ତ୨ ବିଜ୍ଞାନରେ ପଢୁଥିବା ସିମରନଙ୍କ ପ୍ରେରଣା ବିଶ୍ଵ ସୁନ୍ଦରୀ ସୁସ୍ମିତା ସେନ ଓ ପ୍ରିୟଙ୍କା ଚୋପ୍ରା ।

କିଛିମାସ ପୂର୍ବରୁ ସିମରନ ସୁନ୍ଦରୀ ପ୍ରତିଯୋଗିତାରେ ଭାଗ ନେବା ଆରମ୍ଭ କରିଥିବା କହିଛନ୍ତି । ଚଳିତବର୍ଷ ମିଷ୍ଟର ‘ଆଣ୍ଡ ମିସ କୋରାପୁଟ’ର ଟାଇଟେଲ ଜିତିବା ସହ ‘ମିସ କୋରାପୁଟ’ର ଟାଇଟେଲ ମଧ୍ୟ ତାଙ୍କ ପାଖରେ ରହିଛି ।

“ଆମେ ଏକ ପଛୁଆ ଅଞ୍ଚଳରେ ରହୁଛୁ । ଯେଉଁଠାରେ ଲୋକ ବଡ଼ କଣ ଜାଣନ୍ତି ନାହିଁ । ମୁଁ ମୋ ଅଞ୍ଚଳର ପିଲା, ମହିଳା ଓ କୃଷକ ମାନଙ୍କ ମଧ୍ୟରେ ସଚେତନତା ଆଣିବାକୁ ଚାହୁଁଛି” ବୋଲି ଜାତୀୟ ଗଣମାଧ୍ୟମ ଏନଡି ଟିଭିକୁ ସିମରନ କହିଛନ୍ତି ।

ନିଜର ଏହି ସଫଳତାରେ ଅଟକି ନଯାଇ ପୂର୍ବଠାରୁ ଆହୁରି ବଡ଼ ସ୍ବପ୍ନ ଦେଖୁଛନ୍ତି ସିମରନ । ମିସ ଫେମିନା, ମିସ ୱାର୍ଲଡ଼ ଓ ଗ୍ଲୋବାଲ ଇଣ୍ଡିଆ ଆଦି ସିମରନଙ୍କ ସ୍ବପ୍ନ ତାଲିକାର ଆଗାମୀ ପାହାଚ ।

ପରିବାରର ଆର୍ଥିକସ୍ଥିତି ସ୍ୱଚ୍ଛଳ ନଥିବା ସତ୍ତ୍ୱେ ମଧ୍ୟ ଜାକାର୍ତାର ଏହି ‘ସୁନ୍ଦରୀ ପ୍ରତିଯୋଗିତା’ରେ ସେ ନିଜ ପାଇଁ ସ୍ଥାନ ସଂରକ୍ଷିତ କରିପାରିଲେ, ଏଥିରୁ ତାଙ୍କ ଦୃଢ ସଂକଳ୍ପର ଅନୁମାନ ଲଗେଇ ହେଉଛି ।

ତେବେ ଆଗାମୀ ଅନ୍ତର୍ଜାତୀୟ ପ୍ରତିଯୋଗିତା ଗୁଡିକ ପାଇଁ ସିମରନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ତାଙ୍କ ପରିବାର ଲୋକ କୋରାପୁଟ କଲେକ୍ଟର ମଧୁସୂଦନ ମିଶ୍ରଙ୍କ ସହ ସମ୍ପର୍କ କରିଛନ୍ତି ।

Leave A Reply

Your email address will not be published.