Latest Odisha News

BREAKING NEWS

ମହାକୁମ୍ଭର ସଙ୍ଗମରେ ବୁଡ଼ ପକାଇଲେ ଅମିତ ଶାହ

 

ପ୍ରୟାଗରାଜ: ମହାକୁମ୍ଭର ସଙ୍ଗମରେ ଗୃହମନ୍ତ୍ରୀ ଅମିତ ଶାହ ସୋମବାର ବୁଡ଼ ପକାଇଛନ୍ତି। ଏହି ଅବସରରେ ତାଙ୍କ ସହିତ ମୁଖ୍ୟମନ୍ତ୍ରୀ ଯୋଗୀ, ସ୍ୱାମୀ ରାମଦେବ ଏବଂ ଅନ୍ୟାନ୍ୟ ସାଧୁ ସନ୍ଥମାନେ ଉପସ୍ଥିତ ଥିଲେ।

ଅମିତ ଶାହ, ମୁଖ୍ୟମନ୍ତ୍ରୀ ଯୋଗୀ ଏବଂ ରାମଦେବ ବାବାଙ୍କ ସ୍ନାନ କରିବାର ଭିଡିଓ ମଧ୍ୟ ଭାଇରାଲ ହେଉଛି। ଯେଉଁ ଭିଡିଓରେ ସେମାନେ ସଙ୍ଗମରେ ବୁଡ଼ ପକାଉଥିବାର ଦେଖାଯାଉଛି।

ତେବେ ଜାନୁଆରୀ ୨୭ରେ ସଙ୍ଗମରେ ୬୦.୧୯ ଲକ୍ଷରୁ ଅଧିକ ଲୋକ ସ୍ନାନ କରିଥିବା ଜଣାପଡିଛି। ସେହିପରି ମହାକୁମ୍ଭ ଆରମ୍ଭରୁ ଜାନୁଆରୀ ୨୬ ପର୍ଯ୍ୟନ୍ତ ପ୍ରାୟ ୧୩.୨୧ କୋଟିରୁ ଅଧିକ ଲୋକ ମହାକୁମ୍ଭରେ ସ୍ନାନ କରିଥିଲେ।

 

Comments are closed.