Latest Odisha News

ରଣଜୀ ଟ୍ରଫି: ରେଲୱେ ବିପକ୍ଷ ମ୍ୟାଚ ପାଇଁ ଦିଲ୍ଲୀ ଟିମ ଘୋଷିତ, କୋହଲି ଖେଳିବେ

ନୂଆଦିଲ୍ଲୀ: ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ରଣଜୀ କ୍ରିକେଟ ଖେଳିବାକୁ ଯାଉଛନ୍ତି । ଏହା ତାଙ୍କ ଫର୍ମ ଫେରିପାଇବାରେ ସହାୟ ହେବ ବୋଲି ଆଶା କରାଯାଉଛି । ଜାନୁୟାରୀ ୩୦ରେ ରେଲୱେ ଓ ଦିଲ୍ଲୀ ମଧ୍ୟରେ ମ୍ୟାଚ ଖେଳାଯିବ । ଏଥିପାଇଁ ଘୋଷିତ ଦଳରେ କୋହଲିଙ୍କୁ ସ୍ଥାନ ମିଳିଛି । ଦଳର ନେତୃତ୍ୱ ଆୟୂଷ ବଦାନୀ ନେବେ । ୨୦୧୨ରେ ଶେଷ ଥର ପାଇଁ କୋହଲି ରଣଜୀ ଖେଳିଥିଲେ । ତେବେ ଏହି ମ୍ୟାଚରେ ଟିମ ଇଣ୍ଡିଆର ୱିକେଟକିପର ରିଷଭ ପନ୍ତ ଖେଳିବେ ନାହିଁ । ଜାନୁୟାରୀ ୨୩ରେ ସୌରାଷ୍ଟ୍ର ବିପକ୍ଷ ମ୍ୟାଚରେ ପନ୍ତ ଖେଳିଥିଲେ ।

ଡିଡିସିଏ ସେକ୍ରେଟାରୀ ଅଶୋକ ଶର୍ମା କହିଛନ୍ତି ୧୨ ବର୍ଷ ପରେ କୋହଲି ରଣଜୀ ଖେଳିବେ । ଦିଲ୍ଲୀ ଟିମର ସଦସ୍ୟମାନେ ମଧ୍ୟ ଏଥିନେଇ ବେଶ ଉତ୍ସାହିତ ଅଛନ୍ତି । ନିକଟରେ ବିସିସିଆଇ କେନ୍ଦ୍ରରଞ ଚୁକ୍ତି ପାଇଥିବା ଖେଳାଳିମାନଙ୍କ ଘରୋଇ କ୍ରିକେଟ ଖେଳିବା ବାଧ୍ୟତାମୂଳକ କରିଛନ୍ତି । ରୋହିତ ଶର୍ମା, ଯଶସ୍ୱୀ ଜୈସୱାଲ, ଶ୍ରେୟାଶ ଆୟାର ଓ ଶୁଭମନ ଗିଲ ଚଳିତ ରଣଜୀ ଟ୍ରଫିରେ ମ୍ୟାଚ ଖେଳିଛନ୍ତି ।
ଦିଲ୍ଲୀ ଟିମ: ଆୟୂଷ ବଦାନୀ(ଅଧିନାୟକ), ବିରାଟ କୋହଲି, ପ୍ରଣବ ରାଜବଂଶୀ, ସନତ ସାଙ୍ଗୱାନ, ଅର୍ପିତ ରାଣା, ମୟଙ୍କ ଗୁସଇ, ଶିବମ ଶର୍ମା, ସୁମିତ ମାଥୁର, ବଂଶ ବେଦୀ, ମନୀ ଗ୍ରେୱାଲ, ହର୍ଷ ତ୍ୟାଗୀ, ସିଦ୍ଧାନ୍ତ ଶର୍ମା, ନବଦୀପ ସୈନୀ, ୟଶ ଢ଼ୁଲ, ଗଗନ ବତ୍ସ, ଜୋଂଟି ସିଦ୍ଧୁ, ହିମ୍ମତ ସିଂ, ବୈଭବ କାଣ୍ଡପାଲ, ରାହୁଲ ଗହଲୋତ ଓ ଜିତେଶ ସିଂ ।

Comments are closed.