Latest Odisha News

BREAKING NEWS

ପ୍ରଥମ ଦିନିକିଆରୁ ଓହରିଲେ କୋହଲି

ନାଗପୁର: ଏଠାରେ ଆରମ୍ଭ ହୋଇଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଦିିନିକିଆ କ୍ରିକେଟ ମ୍ୟାଚରେ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଚୂଡାନ୍ତ ଏକାଦଶରେ ସ୍ଥାନ ପାଇ ନାହାନ୍ତି । କୋହଲି ବୁଧବାରଠାରୁ ଡାହଣ ଆଂଠୁରେ ଯନ୍ତ୍ରଣା ଅନୂଭବ କରୁଥିବାରୁ ପ୍ରଥମ ଦିନିକିଆରୁ ସେ ଓହରି ଯାଇଛନ୍ତି । ଯାହାକି କ୍ରିକେଟପ୍ରେମୀଙ୍କୁ ନିରାଶ କରିଛି । ଟସ ଜିତି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଛି । ଯଶସ୍ୱୀ ଜୈସୱାଲ ଓ ହର୍ଷିତ ରାଣା ଏହି ମ୍ୟାଚ ମାଧ୍ୟମରେ ଆନ୍ତର୍ଜାତୀୟ ଦିନିକିଆରେ ପଦାର୍ପଣ କରିଛନ୍ତି । ଅଧିନାୟକ ରୋହିତ ଶର୍ମା ଓ ଯଶସ୍ୱୀ ଭାରତ ପାଇଁ ଇନିଂସ ଓପନ କରିବେ ।

୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜରେ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତ ୪-୧ରେ ବିଜୟୀ ହୋଇଥିଲା । ଏବେ ଦିନିକିଆ ସିରିଜରେ ରୋହିତ ଶର୍ମାଙ୍କ ଫର୍ମ ଓ ନେତୃତ୍ୱ ଉପରେ ସମସ୍ତଙ୍କ ନଜର ରହିବ । ଚାମ୍ପିୟନ୍ସ ଟ୍ରଫି ପ୍ରସ୍ତୁତି ଦୃଷ୍ଟିକୋଣରୁ ଏହି ସିରିଜ ଟିମ ଇଣ୍ଡିଆ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିଛି ।
ଭାରତୀୟ ଦଳ: ରୋହିତ ଶର୍ମା(ଅଧିନାୟକ), ଯଶସ୍ୱୀ ଜୈସୱାଲ, ଶ୍ରେୟାଶ ଆୟାର, ଶୁଭମନ ଗିଲ, କେଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ରବୀନ୍ଦ୍ର ଜାଡେଜା, ହର୍ଷିତ ରାଣା, କୂଲଦୀପ ଯାଦବ ଓ ମହମ୍ମଦ ସାମୀ ।

Comments are closed.