Latest Odisha News

BREAKING NEWS

ପାକିସ୍ତାନୀ ଯବାନ ସହ ୭ ଆତଙ୍କୀଙ୍କୁ ନିପାତ କଲା ଭାରତୀୟ ସେନା

ଶ୍ରୀନଗର: ବାରମ୍ୱାର ଚେତାବନୀ ସତ୍ୱେ ବି ସୁଧୁରୁନି ଶତ୍ରୁ ପାକିସ୍ତାନ୍ । ପୁଣି ପାକିସ୍ତାନର ଷଡଯନ୍ତ୍ରକୁ ପଣ୍ଡ କରିଛି ଭାରତୀୟ ସେନା । ଜମ୍ମୁ-କଶ୍ମୀର ସୀମାବର୍ତ୍ତୀ ଅଞ୍ଚଳରେ ଅନୁପ୍ରବେଶ କରୁଥିବା ଆତଙ୍କବାଦୀଙ୍କୁ ଭାରତୀୟ ସେନା ନିପାତ କରିଛି । ଏହି ଘଟଣା ପୁଞ୍ଚ ଜିଲ୍ଲାର କୃଷ୍ଣା ଭ୍ୟାଲି ସେକ୍ଟରରେ ଘଟିଛି । ଫେବୃଆରୀ ୪-୫ ରାତିରେ, ଭାରତୀୟ ସେନା ନିୟନ୍ତ୍ରଣ ରେଖାରେ ୭ ଜଣ ଅନୁପ୍ରବେଶକାରୀଙ୍କୁ ହତ୍ୟା କରିଥିଲେ, ସେମାନଙ୍କ ମଧ୍ୟରେ ୩ ଜଣ ପାକିସ୍ତାନୀ ସେନା ରହିଛନ୍ତି ।

ଏହି ଅନୁପ୍ରବେଶକାରୀମାନେ, ପାକିସ୍ତାନୀ ବର୍ଡର ଆକ୍ସନ ଟିମ୍ (BAT) ସହିତ ମିଶି ଭାରତୀୟ ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରିବାକୁ ଚାହୁଁଥିଲେ । ପାକିସ୍ତାନୀ ବର୍ଡର ଆକ୍ସନ ଟିମ୍ ପୂର୍ବରୁ ମଧ୍ୟ ଭାରତୀୟ ସେନା ଉପରେ ଗୁପ୍ତ ଭାବରେ ଆକ୍ରମଣ କରିଛି । ଏହି ଘଟଣା ଏପରି ଏକ ସମୟରେ ଘଟିଛି ଯେତେବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଏହି ସପ୍ତାହର ଆରମ୍ଭରେ କହିଥିଲେ ଯେ ସେ ଭାରତ ସହିତ କାଶ୍ମୀର ସମେତ ସମସ୍ତ ସମସ୍ୟାର ସମାଧାନ ଆଲୋଚନା ମାଧ୍ୟମରେ କରିବାକୁ ଚାହାଁନ୍ତି ।

ରିପୋର୍ଟ ଅନୁସାରେ, ନିହତ ଅନୁପ୍ରବେଶକାରୀଙ୍କ ମଧ୍ୟରେ ଆତଙ୍କବାଦୀ ଗୋଷ୍ଠୀ ଅଲ-ବଦର ଆତଙ୍କବାଦୀମାନେ ମଧ୍ୟ ଥିଲେ । ଫେବୃଆରୀ ୨୦୨୫ରେ ଲାହୋରରେ ଏକ ରାଲିରେ, ଆତଙ୍କବାଦୀ ହାଫିଜ୍ ସଇଦର ପୁଅ ତଲହା ସଇଦ ଭାରତ ବିରୁଦ୍ଧରେ ଏକ ଉତ୍ତେଜନାପୂର୍ଣ୍ଣ ବୟାନ ଦେଇଥିଲା । ସେ କାଶ୍ମୀରକୁ ମୁକ୍ତ କରିବା ସମେତ ଅନେକ କଥା କହିଥିଲା । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବୁଧବାର ଫେବୃଆରୀ ୫ରେ ସମସ୍ତ ସୁରକ୍ଷା ଏଜେନ୍ସିକୁ ଜମ୍ମୁ ଏବଂ କାଶ୍ମୀରରେ ଶୂନ୍ୟ ଅନୁପ୍ରବେଶ ଲକ୍ଷ୍ୟ ହାସଲ କରିବା ପାଇଁ ଆତଙ୍କବାଦ ବିରୋଧରେ ଲଢ଼େଇକୁ ତୀବ୍ର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଗୃହମନ୍ତ୍ରୀ ଅମିତ ଶାହା କହିଥିଲେ ଯେ ଡ୍ରଗ୍ସ ଚୋରାଚାଲାଣ ନେଟୱାର୍କ ଅନୁପ୍ରବେଶକାରୀ ଏବଂ ଆତଙ୍କବାଦୀମାନଙ୍କୁ ସେମାନଙ୍କର କାର୍ୟ୍ୟକଳାପ ଚଳାଇବାରେ ସାହାଯ୍ୟ କରୁଛି ।

Comments are closed.