ନୂଆଦିଲ୍ଲୀ: ଯଦି ଆପଣ ବିମାନରେ ଯାତ୍ରା କରିବାକୁ ଯାଉଛନ୍ତି ଏବଂ ଆପଣଙ୍କ ବ୍ୟାଗରେ ନଡ଼ିଆ ରଖିବାକୁ ଭାବୁଛନ୍ତି, ତେବେ ସାବଧାନ ରୁହନ୍ତୁ । ବିମାନବନ୍ଦରରେ ଆପଣଙ୍କର ଗୋଟିଏ ଛୋଟ ଭୁଲ ମହଙ୍ଗା ପଡିପାରେ । ଆପଣ କ’ଣ ଜାଣନ୍ତି କି ବିମାନରେ ନଡ଼ିଆ ନେବା ସମ୍ପୂର୍ଣ୍ଣ ନିଷେଧ ନହଲେ ବି ଏଥିପାଇଁ କଠୋର ନିୟମ କରାଯାଇଛି? ଶୁଖିଲା ନଡ଼ିଆ ନେବା କାହିଁକି ବିଶେଷ ଭାବରେ ନିଷେଧ? ଏହି ନିୟମ ପଛରେ ରହିଥିବା ପ୍ରକୃତ କାରଣ କ’ଣ?
ନଡ଼ିଆ ଚେକ୍-ଇନ୍ ବ୍ୟାଗରେ ନେଇହେବ, କିନ୍ତୁ ଏଥିପାଇଁ କିଛି ନିୟମ ଅଛି । ଗୋଟା ନଡିଆ ନେବ ଉପରେ ପ୍ରତିବନ୍ଧକ ରହିଛି । ଏହାକୁ ଛୋଟ ଛୋଟ ଖଣ୍ଡ କରି ପ୍ୟାକ୍ କରିବାକୁ ପଡିବ । ଇଣ୍ଡିଗୋ ଏୟାରଲାଇନ୍ସର ସରକାରୀ ୱେବସାଇଟ୍ ଅନୁଯାୟୀ, ଯାତ୍ରୀମାନେ ସେମାନଙ୍କର ଚେକ୍-ଇନ୍ ବ୍ୟାଗରେ ଛୋଟ ଛୋଟ ଖଣ୍ଡରେ ଓଦା ନଡ଼ିଆ ନେଇପାରିବେ, କିନ୍ତୁ ଶୁଖିଲା ନଡ଼ିଆ ସମ୍ପୂର୍ଣ୍ଣ ନିଷେଧ ।
ବିମାନରେ ନଡ଼ିଆ ନେବା ଉପରେ ପ୍ରତିବନ୍ଧକର ମୁଖ୍ୟ କାରଣ ହେଉଛି ଏହାର ଜ୍ୱଳନଶୀଳତା । ନଡ଼ିଆରେ ପ୍ରାକୃତିକ ଭାବରେ ତେଲ ଥାଏ, ଯାହା ଏହାକୁ ଜ୍ୱଳନଶୀଳ କରିଥାଏ । ବିଶେଷକରି ଶୁଖିଲା ନଡ଼ିଆ ଶୀଘ୍ର ନିଆଁ ଧରିପାରେ, ଯାହା ଉଡ଼ାଣ ସମୟରେ ସୁରକ୍ଷା ବିପଦକୁ ବୃଦ୍ଧି କରେ । ଏହି କାରଣରୁ ବିମାନ କମ୍ପାନୀଗୁଡ଼ିକ ବିମାନରେ ଶୁଖିଲା ନଡ଼ିଆ ନେଇ ଯିବାକୁ ଅନୁମତି ଦିଅନ୍ତି ନାହିଁ । ଓଦା ନଡ଼ିଆରେ ଆର୍ଦ୍ରତା ଥିବାରୁ ଏଥିରେ ନିଆଁ ଲାଗିବାର ସମ୍ଭାବନା ବହୁତ କମ୍, ତେଣୁ ଏହାକୁ ଖଣ୍ଡ ଖଣ୍ଡ କରି ନେବାକୁ ଅନୁମତି ଦିଆଯାଇଛି । ଅନେକ ଯାତ୍ରୀଙ୍କୁ ମନ୍ଦିର ପ୍ରସାଦ କିମ୍ବା ଧାର୍ମିକ ଉଦ୍ଦେଶ୍ୟରେ ନଡ଼ିଆ ବହନ କରିବାକୁ ପଡ଼େ, କିନ୍ତୁ ସୁରକ୍ଷା ନିୟମ ଯୋଗୁଁ ସେମାନେ ଏହାକୁ ସିଧାସଳଖ ବିମାନ ଭିତରକୁ ନେଇପାରିବେ ନାହିଁ ।
ଯଦି ଆପଣ ବିମାନରେ ନଡ଼ିଆ ନେବାକୁ ଚାହାଁନ୍ତି, ତେବେ ବିମାନ କମ୍ପାନୀର ନିୟମ ପାଳନ କରିବା ଆବଶ୍ୟକ । ଯଦି ଆପଣ ଏହାକୁ ଭୁଲ ଉପାୟରେ ବହନ କରନ୍ତି, ତେବେ ଆପଣ ବିମାନବନ୍ଦରରେ ଅସୁବିଧାରେ ପଡ଼ିପାରନ୍ତି ଏବଂ ଆପଣଙ୍କର ନଡ଼ିଆ ଜବତ ମଧ୍ୟ ହୋଇପାରେ । ଯଦି ନଡ଼ିଆ ନେବା ଆବଶ୍ୟକ ହୁଏ, ତେବେ ଏହାକୁ ଛୋଟ ଛୋଟ ଖଣ୍ଡ କରି କାଟି ଚେକ୍-ଇନ୍ ବ୍ୟାଗରେ ରଖନ୍ତୁ । ଯାତ୍ରା କରିବା ପୂର୍ବରୁ, ନିଶ୍ଚିତ ଭାବରେ ଏୟାରଲାଇନ୍ସକୁ ଏହାର ନିୟମ ବିଷୟରେ ପଚାରନ୍ତୁ । ବିମାନବନ୍ଦରରେ କୌଣସି ଅସୁବିଧାକୁ ଏଡାଇବା ପାଇଁ, ନିୟମ ପାଳନ କରନ୍ତୁ ଏବଂ ଆପଣଙ୍କ ଯାତ୍ରାକୁ ଆରାମଦାୟକ କରନ୍ତୁ ।
Comments are closed.