Latest Odisha News

BREAKING NEWS

ମାଓବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ, ୧୨ ମାଓବାଦୀ ନିହତ, ୨ ଯବାନ ସହିଦ

ମାଲକାନଗିରି: ବଡ ଧରଣର ଏନକାଉଣ୍ଟର । ମାଓବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ । ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୧୨ ମାଓବାଦୀ । ସେପଟେ ମାଓବାଦୀଙ୍କ ଗୁଳିରେ ୨ ଯବାନ ସହିଦ । ଜଣେ ଯବାନ ଗୁରୁତର ଆହତ । ଆହତ ଯବାନଙ୍କୁ କରାଯାଉଛି ଏୟାରଲିପ୍ଟ । ବିଜାପୁର ନ୍ୟାସନାଲ ପାର୍କ ଅଞ୍ଚଳରେ ଏନ୍‌କାଉଣ୍ଟର୍ । ଘଟଣାସ୍ଥଳରେ ଆହୁରି ମାଓବାଦୀ ଲୁଚିଥିବା ସନ୍ଦେହରେ ସର୍ଚ୍ଚ ଅପରେସନ୍ ଜାରି ।

ସୂଚନା ଅନୁସାରେ, ବିଜାପୁର ନ୍ୟାସନାଲ ପାର୍କ ଅଞ୍ଚଳରେ ଏହି ଏନକାଉଣ୍ଟର ଘଟିଛି। ଏବେ ବି ଉଭୟ ପକ୍ଷରୁ ଗୁଳି ବିନିମୟ ଚାଲିଥିବାର ସୂଚନା ମିଳିଛି। ସୂରକ୍ଷାକର୍ମୀଙ୍କ କହିବା ଅନୁସାରେ ମାଓବାଦୀଙ୍କ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ । ସେପଟେ ନକ୍ସଲଙ୍କ ମୃତାହତ ନେଇ ଆନୁଷ୍ଠାନିକ ଭାବେ କୌଣସି ସୂଚନା ଦିଆଯାଇନାହିଁ।

କିଛି ଦିନ ହେଲା ଛତିଶଗଡ଼ରେ ନକ୍ସଲ ବିରୋଧୀ ଅପରେସନ ଜୋରଦାର ହୋଇଛି। ନିକଟରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୧୬ ଜଣ ମାଓବାଦୀ ନିହତ ହୋଇଥିଲେ । ଜିଲ୍ଲାର ବିଭିନ୍ନ ସ୍ଥାନରେ ଏବେବି କମ୍ବିଂ ଅପରେସନ ଜାରି ରହିଛି ।

Comments are closed.