Latest Odisha News

BREAKING NEWS

ବାରବାଟୀ ଷ୍ଟାଡିୟମରେ ପ୍ରତିବର୍ଷ ହେବ ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍!

ଭୁବନେଶ୍ୱର: କଟକ ବାରବାଟୀ ଷ୍ଟାଡିୟମରେ ଗତ ୯ ତାରିଖରେ ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ଦିନିକିଆ ମ୍ୟାଚ୍ ସମୟରେ ଷ୍ଟାଡିୟମର ୬ଟି ଫ୍ଲଡ୍ ଲାଇଟ୍ ମଧ୍ୟରୁ ଗୋଟିଏ ହଠାତ୍ ବନ୍ଦ ହୋଇଯିବା ଘଟଣା ଉପରେ ବିସ୍ତୃତ ସୂଚନା ଦେଇଛନ୍ତି ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ।

ମନ୍ତ୍ରୀ କହିଛନ୍ତି ଯେ, ଫ୍ଲଡ୍ ଲାଇଟ୍ ଖରାପ ହେବା ଘଟଣାକୁ ଛାଡିଦେଲେ ବାକି ସବୁକିଛି ଯୋଜନା ମୁତାବକ ଚାଲିଥିଲା । ଏହି ଘଟଣାରେ ଓଡ଼ିଶା କ୍ରୀଡ଼ା ବିଭାଗ ପକ୍ଷରୁ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ)କୁ କାରଣ ଦର୍ଶାଅ ନୋଟିସ୍ ଜାରି କରି ୧୦ ଦିନ ମଧ୍ୟରେ ସ୍ପଷ୍ଟୀକରଣ ମଗାଯାଇଛି । ପ୍ରତିବର୍ଷ ଐତିହାସିକ ସ୍ଥାନରେ ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ଆବଣ୍ଟନ କରିବାକୁ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)କୁ ଅନୁରୋଧ କରିବେ ବୋଲି ସେ କହିଛନ୍ତି ।

ଏହା ପୂର୍ବରୁ ମଧ୍ୟ ଏହି ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି କହିଥିଲେ କ୍ରୀଡ଼ା ମନ୍ତ୍ରୀ । କିନ୍ତୁ ଭବିଷ୍ୟତରେ ଏହାର ପୁନରାବୃତ୍ତି ନହେବା ଏବଂ ଷ୍ଟାଡିୟମ୍ ଶୀଘ୍ର ନିୟମିତ ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ଆୟୋଜନ କରିବ ବୋଲି ଆଶା ପ୍ରକାଶ କରିଥିଲେ ।

Comments are closed.