Latest Odisha News

BREAKING NEWS

ଜିଓର ଦମଦାର୍ ପ୍ଲାନ: ୨୦୦ରୁ କମ୍ ରିଚାର୍ଜରେ ମିଳୁଛି ପ୍ରତିଦିନ ୨ଜିବି ଡାଟା

ଭୁବନେଶ୍ବର: ଜିଓ ୟୁଜରଙ୍କ ପାଇଁ ଏକ ବଜେଟ୍ ଅନୁକୂଳ ପ୍ରିପେଡ୍ ପ୍ଲାନ ଆସିଛି । ଏହି ସୁଲଭ ରିଚାର୍ଜ ପ୍ଲାନରେ ଆପଣଙ୍କୁ ମିଳିବ ପ୍ରତିଦିନ ୨ ଜିବି ଡାଟା । ଜିଓର ଏହି ଅଫରରେ, ଆପଣଙ୍କୁ ୨00ରୁ କମ୍ ମୂଲ୍ୟରେ ଅସୀମିତ ୫ଜି ଡାଟା ଏବଂ ପ୍ରତିଦିନ ୨ଜିବି ଡାଟା ମିଳିବ ।

ଏହି ପ୍ଲାନ ନିଶ୍ଚିତ ଭାବରେ ସେହି ଉପଭୋକ୍ତାମାନଙ୍କୁ ଧ୍ୟାନରେ ରଖି କରାଯାଇଛି ଯେଉଁମାନେ ଇଣ୍ଟରନେଟର ଅଧିକ ବ୍ୟବହାର କରନ୍ତି । ଏହି ପ୍ଲାନ ୧୯୮ଟଙ୍କାର ଅଟେ, ଯେଉଁଥିରେ ଆପଣ ପ୍ରତିଦିନ ୨ଜିବି ଡାଟା ପାଇବେ ।

ଏହି ଯୋଜନାର ଲାଭ :

-ସମସ୍ତ ନେଟୱାର୍କକୁ କୌଣସି ବାଧା ବିନା ଭଏସ୍ କଲ୍ କରି ପାରିବେ ।
-ପ୍ରତିଦିନ ୨ଜିବି ଡାଟା ପାଇବେ, ବ୍ରାଉଜିଂ, ଷ୍ଟ୍ରିମିଂ ଆଦି ପାଇଁ ଉତ୍ତମ ଅଟେ ।
– ପ୍ରତିଦିନ ଶହେ ଏସଏମଏସର ସୁବିଧା ରହିଛି ।
-ମନୋରଞ୍ଜନ ଏବଂ ଷ୍ଟୋରେଜ ପାଇଁ JioTV, JioCinema ଏବଂ JioCloud ର ସୁବିଧା ମିଳିବ ।
– ଏହି ଯୋଜନାରେ ଅସୀମିତ ୫ଜି  ଡାଟା ଅନ୍ତର୍ଭୁକ୍ତ ।
-ଜିଓର ୧୯୮ଟଙ୍କା ପ୍ଲାନର ବୈଧତା ହେଉଛି ୧୪ ଦିନ ।

Comments are closed.