ଭୁବନେଶ୍ବର: ଆଧାର କାର୍ଡ ଭାରତୀୟଙ୍କ ପାଇଁ ଏକ ପ୍ରାଇମେରୀ ଆଇଡେଣ୍ଟିଫିକେସନ୍ ଡକ୍ୟୁମେଣ୍ଟ ଅଟେ । ଏହା ଆକାଉଣ୍ଟଠୁ ଆରମ୍ଭ କରି ଆୟକର ପ୍ରଦାନ ପର୍ଯ୍ୟନ୍ତ ସବୁ ଜାଗାରେ ବ୍ୟବହାର ହେଉଛି । ତେବେ ଗତ କିଛି ବର୍ଷ ମଧ୍ୟରେ ଏହାର ଅନେକ ଦୁରୁପଯୋଗ ହେବାର ମଧ୍ୟ ଦେଖିବାକୁ ମିଳିଛି । ସାଇବର ଠକମାନେ ଆଧାର କାର୍ଡର ଅପବ୍ୟବହାର କରି ଆକାଉଣ୍ଟ୍ ଖାଲି କରୁଥିବାର ଖବର ମଧ୍ୟ ଶୁଣିବାକୁ ମିଳୁଛି ।
ତେବେ ଆପଣଙ୍କ ଆଧାରର ଅପବ୍ୟବହାର ହେଉଛି କି ନାହିଁ ଆପଣ ଯାଞ୍ଚ କରିପାରିବେ କି? ହଁ ଆପଣ ଦେଖିପାରିବେ ଅତୀତରେ ଆପଣଙ୍କର ଆଧାର ନମ୍ବର କେଉଁଠାରେ ବ୍ୟବହୃତ ହୋଇଛି ଯେପରିକି ଯାତ୍ରା, ରହିବା ପାଇଁ, ବ୍ୟାଙ୍କିଙ୍ଗ୍ ଏବଂ ଅନ୍ୟାନ୍ୟ ଉଦ୍ଦେଶ୍ୟରେ ।
ଲୋକମାନେ ସେମାନଙ୍କର ଆଧାରକୁ ସୁରକ୍ଷିତ ରଖିବାରେ ଏବଂ ଏହାର ବ୍ୟବହାର ଉପରେ ନଜର ରଖି ପାରିବେ; ସେଥିପାଇଁ ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (UIDAI) ଏକ ଟୁଲ୍ସ ଆଣିଛି ।
ଏଥିପାଇଁ ସର୍ବ ପ୍ରଥମେ myAadhaar ପୋର୍ଟାଲକୁ ଯାଆନ୍ତୁ । ଆପଣଙ୍କ ଆଧାର ନମ୍ବର ଏବଂ କ୍ୟାପ୍ଚା କୋର୍ଡ ଏଣ୍ଟର କରିବେ ଓ ‘Login With OTP’ ରେ କ୍ଲିକ୍ କରିବେ । ଏହାପରେ ଗୋଟିଏ ଓଟିପି ଆପଣଙ୍କ ରେଜିଷ୍ଟଡ୍ ମୋବାଇଲ୍ ନମ୍ବରକୁ ଆସିବ । ଆପଣ ଆକାଉଣ୍ଟକୁ ଆକ୍ସେସ କରିବାପାଇଁ ଏହାକୁ ଟାଇପ୍ କରନ୍ତୁ । ଏହା ପରେ Authentication History ଅପ୍ସନକୁ ସିଲେକ୍ଟ କରିବେ ଏବଂ ଆପଣ ଯେଉଁ ସମୟ ଅବଧିକୁ ଯାଞ୍ଚ କରିବାକୁ ଚାହୁଁଛନ୍ତି ସେହି ଡେଟ୍ ରେଞ୍ଜକୁ ସିଲେକ୍ଟ କରିବେ । ଯାଞ୍ଚ କରିବା ପରେ ଯଦି ଆପଣ କିଛି ଅଜଣା ଏବଂ ସନ୍ଦେହଜନକ ଟ୍ରାଞ୍ଜେକ୍ସନ ପାଉଛନ୍ତି ତେବେ UIDAIକୁ ରିପୋର୍ଟ କରିପାରିବେ ।
ଏଥିପାଇଁ ଆପଣ UIDAIର ଟୋଲ ଫ୍ରି ହେଲ୍ପଲାଇନ୍ ନମ୍ବର ୧୯୪୭କୁ କଲ୍ କରିପାରିବେ । ଅଥବା help@uidai.gov.inରେ ମେଲ ପଠେଇପାରିବେ । ଏଥିସହ ଆଧାର ଅପବ୍ୟବହାରକୁ ରୋକିବା ପାଇଁ ଆପଣ UIDAI ଜରିଆରେ ବାୟୋମେଟ୍ରିକ୍ ଲକ୍ ଏବଂ ଅନଲକ୍ ଅପ୍ସନକୁ ଆପଣାଇ ପାରିବେ ।
Comments are closed.