ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମୟର ଲିଗର ୧୮ତମ ସଂସ୍କରଣ ମାର୍ଚ୍ଚ ୨୩ରୁ ଆରମ୍ଭ ହେବ । ମେଗା ନିଲାମ ପରେ ସମସ୍ତ ଫ୍ରାଂଚାଇଜ ଏଥିପାଇଁ ଜୋରସୋରରେ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଆଇପିଏଲର ଏହି ସଂସ୍କରଣରେ ବିସିସିଆଇ ପକ୍ଷରୁ ଏକ ବଡ ନିୟମ ଲାଗୁ ହେବା ନେଇ ସବୁଜ ସଙ୍କେତ ମିଳିଛି । ଚାମ୍ପିୟନ୍ସ ଟ୍ରଫି ଠିକ ପୂର୍ବରୁ ଆଇପିଏଲର କାର୍ଯ୍ୟସୂଚୀ ଘୋଷଣା କରାଯିବ । ରିପୋର୍ଟ ମୁତାବକ ଆଇପିଏଲରେ ଏଥର ଆଇସିସିର ଆଚରଣ ସଂହିତା ଲାଗୁ କରାଯିବ । ଏହା ପୂର୍ବରୁ ଆଇପିଏଲର ନିଜସ୍ୱ ନିୟମରେ ପରିଚାଳିତ ହେଉଥିଲା ।
ସେହିପରି ପୂର୍ବପରି ଇମ୍ପାକ୍ଟ ନିୟମ ମଧ୍ୟ ପାଳନ କରାଯିବ । ପୂର୍ବରୁ ହି ନିୟମକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଅନେକ ଷ୍ଟାର ଖେଳାଳି ଏହାକୁ ଖୋଲାଖୋଲି ଭାବେ ବିରୋଧ କରିଥିଲେ । ଆଇପିଏଲରେ ଏଥର ରିଷଭ ପନ୍ତ ସବୁଠାରୁ ଦାମୀ ଖେଳାଳି ସାଜିଛନ୍ତି । ଏବେ ଟିମ ଇଣ୍ଡିଆ ଇଂଲଣ୍ଡ ବିପକ୍ଷ ସିରିଜ ଏବଂ ପରେ ଚାମ୍ପିୟନ୍ସ ଟ୍ରଫିରେ ବ୍ୟସ୍ତ ରହିବ ।
Comments are closed.