Latest Odisha News

BREAKING NEWS

କେମିତି କରିବେ ଭାଲେଣ୍ଟାଇନ ଡେ ସେଲିବ୍ରେଟ୍

ଭୁବନେଶ୍ଵର: ପ୍ରେମ ପାଇଁ ଦିନଟିଏ, ଭାଲେଣ୍ଟାଇନ୍ସ ଡେ’। ଫେବୃୟାରୀ ୭ ରୋଜ୍‌ ଡେରୁ ଆରମ୍ଭ ହୋଇଥିବା ସପ୍ତାହର ଅନ୍ତିମ ଦିନ ହେଉଛି ପ୍ରେମ ଦିବସ। ପ୍ରେମ ଶାଶ୍ବତ, ପ୍ରେମ ଚିରନ୍ତନ ଓ ପ୍ରେମ ନୈସର୍ଗିକ । ଦୁଇଟି ଶବ୍ଦର ଏହି ଅକ୍ଷର ଦୁଇଟି ଭିନ୍ନ ମଣିଷକୁ ଏକତ୍ର କରିଦିଏ। ପ୍ରେମ ମାନେନା ବାଧାବିଘ୍ନ। ମାନେନା ସୀମା ସରହଦ। ଜାତି, ଧର୍ମ, ବର୍ଣ୍ଣ ସବୁରି ଉପରେ ଭଲ ପାଇବାର ପରିଭାଷା। ପ୍ରେମ ସପ୍ତାହ ଆରମ୍ଭ ହୋଇସାରି ଥିବା ବେଳେ ଆଗକୁ ଆସୁଛି ଭାଲେଣ୍ଟାଇନ୍ସ ଡେ । ପ୍ରେମୀ ଯୁଗଳଙ୍କ ପାଇଁ ଏହି ଦିନଟି ଖୁବ୍ ଖାସ୍ । ଭାଲେଣ୍ଟାଇନ୍ସ ଡେକୁ ଆଉ ମାତ୍ର ୨ଦିନ ଥିବା ବେଳେ ଏବେଠୁ ବେଶ୍ ଉତ୍ସାହିତ ଅଛନ୍ତି ପ୍ରେମୀ ଯୁଗଳ । ଏହି ଦିବସକୁ ବିଭିନ୍ନ ଲୋକ ଭିନ୍ନ ଭିନ୍ନ ପ୍ରକାରରେ ପାଳନ କରିଥାନ୍ତି । ତେବେ ଆପଣ ଯଦି ଏହି ଦିନକୁ ଆପଣଙ୍କ ସାଥୀ ସହ ଖାସ୍ ଭାବେ ପାଳନ କରିବାକୁ ଚାହୁଁଥାନ୍ତି ତେବେ ଆପଣାନ୍ତୁ ଏହି ଟିପ୍ସ ।

  1. ଭାଲେଣ୍ଟାଇନ୍ସ ଡେରେ କେବଳ ଯେ ନିଜର ପ୍ରିୟଙ୍କୁ ଗିଫ୍ଟଦେବେ, ତା ନୁହେଁ । ଗୋଲାପ ଫୁଲ ଦେଇ ନିଜର ଫିଲିଙ୍ଗସକୁ ଏକ୍ସପ୍ରେସ କରନ୍ତୁ ।
  2. ପ୍ରଥମ ଡେଟରେ ଯେଉଁଠାକୁ ଯାଇଥିଲେ ସେହି ସ୍ଥାନକୁ ଆଉଥରେ ଯାଆନ୍ତୁ । ସେହି ଦିନ ଯେଉଁ ଖାଦ୍ୟ ଖାଇଥିଲେ ସେହିଦିନ ଆଉଥରେ ସେହିଖାଦ୍ୟ ଖାଆନ୍ତୁ ଏବଂ ପ୍ରଥମ ଭେଟରେ ଦିନଟିକୁ ଯେମିତି ବିତେଇଥିଲେ, ଏ ଦିନଟିକୁ ସେମିତି ବିତାନ୍ତୁ ।
  3. ଭାଲେଣ୍ଟାଇନ ଡେ ସେଲିବ୍ରେସନ ପାଇଁ ଆପଣଙ୍କୁ ଘର ଛାଡି କେଉଁଆଡେ ଯିବା ଦରକାର ନାହିଁ । ଘରେ ରହି ଫୋନକୁ ସୁଇଚ୍ ଅଫ୍ କରିଦିଅନ୍ତୁ । ଏବଂ ଦିନକୁ ଖୁସିରେ ବିତାଅନ୍ତୁ ।
  4. ଆପଣଙ୍କ ପ୍ରିୟ ସାଥୀଙ୍କୁ କିଛି ମିଠା ବା ଚକୋଲେଟ ଦିଅନ୍ତୁ । ଏହା ତାଙ୍କର ମନ ପସନ୍ଦର ହୋଇପାରେ ।
  5. ସାଥୀକୁ ଭଲ ଲାଗୁଥିବା ପ୍ରିୟ ପୋଷାକ ଉପହାର ଦିଅନ୍ତୁ । ଏହା ତାଙ୍କୁସ୍ପେଶାଲ ଫିଲିଙ୍ଗସ ଦେବ ।
  6. ଷ୍ଟୋରରୁ କାର୍ଡକିଣିବା ପରିବେର୍ତ୍ତ ନିଜେ ଘରେ କିଛି ଏମିତି ତିଆରି କରି ଦିଅନ୍ତୁ, ଯାହା ଆପଣଙ୍କ ପ୍ରିୟ ଜନଙ୍କ ମନ କିଣି ପାରିବ।

Comments are closed.