ମୁମ୍ବାଇ: ପ୍ରଧାନମନ୍ତ୍ରୀ ମୋଦି ଏବେ ବିଦେଶ ଗସ୍ତରେ ଥିବା ବେଳେ ମୁମ୍ବାଇ ପୋଲିସକୁ ମିଳିଲା ଧମକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଯାତ୍ରା ପୂର୍ବରୁ ତାଙ୍କ ବିମାନ ଉପରେ ଆତଙ୍କବାଦୀ ଆକ୍ରମଣ କରିବା ନେଇ ଏକ ଧମକପୂର୍ଣ୍ଣ ଫୋନ୍ ମୁମ୍ବାଇ ପୋଲିସ ପାଖକୁ ଆସିଛି । ପୋଲିସ କଣ୍ଟ୍ରୋଲ ରୁମକୁ ଆସିଥିବା ଏହି ଧମକପୂର୍ଣ୍ଣ ଫୋନରେ ବ୍ୟକ୍ତିଟି ଦାବି କରିଥିଲା ଯେ, ମୋଦିଙ୍କ ଆମେରିକା ଗସ୍ତ ପୂର୍ବରୁ ଆତଙ୍କବାଦୀମାନେ ବିମାନ ଉପରେ ଆକ୍ରମଣ କରିପାରନ୍ତି । ଯାହାକୁ ନେଇ ପୋଲିସ୍ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା ।
ଗତକାଲି ମୁମ୍ବାଇ ପୋଲିସ୍ କଣ୍ଟ୍ରୋଲ ରୁମକୁ ଏହି ଧମକପୂର୍ଣ୍ଣ ଫୋନ୍ କଲ୍ ଆସିଥିବା ବେଳେ ମୁମ୍ବାଇ ପୋଲିସ୍ ଏହାକୁ ଗୁରୁତର ସହ ନେଇ ଏଜେନ୍ସିକୁ ଅବଗତ କରାଇବା ସହ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତରୁ ଜଣାପଡିଲା ଯେ, ଫୋନ୍ କରିଥିବା ବ୍ୟକ୍ତିଟି ମାନସିକ ସ୍ତରରେ ଅସୁସ୍ଥ । ଯାହାକୁ ବର୍ତ୍ତମାନ ମୁମ୍ବାଇ ପୋଲିସ୍ ଗିରଫ କରିଛି ।
ତେବେ କହିରଖୁଛୁ, ପ୍ରଧାନମନ୍ତ୍ରୀ ମୋଦି ଚାରି ଦିନିଆ ଫ୍ରାନ୍ସ ଏବଂ ଆମେରିକା ଗସ୍ତରେ ଯାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ଚାରି ଦିନିଆ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଫ୍ରାନ୍ସ ଯାତ୍ରା ଶେଷ କରିବା ପରେ ବୁଧବାର ଆମେରିକାରେ ପହଞ୍ଚିବା ନେଇ କାର୍ଯ୍ୟକ୍ରମ ରହିଛି ।
Comments are closed.