Latest Odisha News

BREAKING NEWS

ମଣିପୁରରେ ଲାଗୁ ହେଲା ରାଷ୍ଟ୍ରପତି ଶାସନ

ଇମ୍ଫାଲ: ମଣିପୁରରେ ମୁଖ୍ୟମନ୍ତ୍ରୀ ପଦରୁ ବୀରେନ ସିଂହ ଇସ୍ତଫା ଦେବା ପରେ ଲାଗୁ ହୋଇଛି ରାଷ୍ଟ୍ରପତି ଶାସନ।

ମଣିପୁରରେ ମୈତେଇ ଏବଂ କୁକି ସମ୍ପ୍ରଦାୟ ମଧ୍ୟରେ ହିଂସା ପରିସ୍ଥିତି ଉପୁଜିଥିବାରୁ ଆଇନ ଶୃଙ୍ଖଳା ଅତ୍ୟନ୍ତ ପ୍ରଭାବିତ ହୋଇଛି। ଗତ ରବିବାର ଦିନ ବୀରେନ ସିଂହ, ରାଜ୍ୟପାଳ ଅଜୟ କୁମାର ଭଲ୍ଲାଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।

ତେବେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଚୂଡ଼ାନ୍ତ କରିବା ପାଇଁ ବିଜେପି ପକ୍ଷରୁ ବୈଠକ ଡକାଯାଇଥିଲା। ଯେଉଁଥିରେ ମଣିପୁର ପ୍ରଭାରୀ ସମ୍ବିତ ପାତ୍ରଙ୍କ ସମେତ ବରିଷ୍ଠ ବିଜେପି ନେତାମାନେ ଉପସ୍ଥିତ ଥିଲେ।

 

Comments are closed.