ଭୁବନେଶ୍ୱର: ଭୁବନେଶ୍ୱର, କଟକ ଓ ପୁରୀ ଜିଲ୍ଲାରେ ଶନିବାର ଦିନ ତଥା ନଭେମ୍ବର ୭ ତାରିଖରେ ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ୍ ସରାବରାହ ବନ୍ଦ ରହିବା ନେଇ ସେସୁ ପକ୍ଷରୁ ଘୋଷଣା କରାଯାଇଛି । ମରାମତି ଜନିତ କାର୍ଯ୍ୟ ଲାଗି ଉକ୍ତ ଅଞ୍ଚଳ ଗୁଡିକରେ କିଛି ସମୟ ପାଇଁ ବିଦ୍ୟୁତ୍ ସେବା ବନ୍ଦ କରାଯାଉଥିବା ଜଣାପଡିଛି ।
ଜାଣନ୍ତୁ, ଭୁବନେଶ୍ୱର, ପୁରୀ ଓ କଟକର କେଉଁସବୁ ସ୍ଥାନରେ ଆଜି ବନ୍ଦ ରହିବ ବିଦ୍ୟୁତ୍ ସେବା
ଭୁବନେଶ୍ୱର
ବାଣିବିହାର ଷ୍ଟେସନ ଅଞ୍ଚଳ, ମହର୍ଷି କଲେଜ ରୋଡ୍, ମାଷ୍ଟର କ୍ୟାଣ୍ଟିନ୍, ଖାରବେଳ ନଗର, ଏନ୪ ଏନ୧/ଏନ୨ ପାର୍ଟ, ଆରବିଆଇ କ୍ୱାଟର୍ସ ଓ ଇସ୍କନ ବସ୍ତି (ସକାଳ ୮ଟା ୩୦ରୁ ୧୧ଟା ଯାଏଁ)
ରଘୁନାଥପୁର, ତାରେଣୀ ବିହାର, ହାଉସିଂ ବୋର୍ଡ, ଡମଣା ଡୁମଡୁମା ଫେଜ୍ ୧/୨ (ସକାଳ ୯ଟାରୁ ଦିନ ୧ଟା ଯାଏଁ)
କଟକ
ରାଣୀହାଟ, କାଜିବଜାର, ଶିଖରପୁର, ରାଜାବଗିଚା (ସକାଳ ୯ଟାରୁ ଦିନ ୨ଟା ଯାଏଁ)
ଅଡଶପୁର (ସକାଳ ୯ଟାରୁ ଦିନ ୧ଟା ଯାଏଁ)
ପୁରୀ
କୋଣାର୍କ, ରାମଚଣ୍ଡି (ଦିନ ୧୧ଟାରୁ ଦିନ ୨ଟା ଯାଏଁ)