ନୂଆଦିଲ୍ଲୀ: ସ୍ମାର୍ଟଫୋନ୍ ନିର୍ମାତା ରିଅଲମି କମ୍ପାନୀ ଆଜି P ସିରିଜର ଦୁଇଟି ନୂଆ ସ୍ମାର୍ଟଫୋନ୍, Realme P3 Pro 5G ଏବଂRealme P3x 5G ଭାରତରେ ଲଞ୍ଚ କରିଛି । ଏହି ସ୍ମାର୍ଟଫୋନ ଗୁଡିକରେ କମ୍ପାନୀ ଅନେକ ଦମଦାର୍ ଫିଚର ଦେଇଛି । ଏହା ବ୍ୟତୀତ, ଏହି ଫୋନ୍ ଗୁଡିକ ଅନ୍ଧାରରେ ମଧ୍ୟ ଚମକିବ । ବିଶେଷ କଥା ହେଉଛି Realme P3x 5G ହେଉଛି ବିଶ୍ୱର ପ୍ରଥମ ସ୍ମାର୍ଟଫୋନ୍ ଯାହା MediaTek Dimensity 6400 SoC ପ୍ରୋସେସର ସହିତ ଲଞ୍ଚ କରାଯାଇଛି । ଏଥିସହ Realme P3 Pro 5Gରେ Snapdragon 7s Gen 3 ଚିପସେଟ୍ ଦିଆଯାଇଛି ।
The #realmeP3Series5G is here to slay with insane power & vast energy! If you're #BornToSlay, this one's made for you.
1st Sale: 25th February, 12 PM
₹2K off with bank offers! Starting at ₹12,999**T&C Apply
Head to @Flipkart:https://t.co/s07rW7gqaB https://t.co/PwYxVr6sd7 pic.twitter.com/McL1706b1u
— realme (@realmeIndia) February 18, 2025
ରିଅଲମି P3 Pro 5G ସ୍ମାର୍ଟଫୋନର ଦାମ ବେସ୍ ମଡେଲ 8GB RAM+128GBର ମୂଲ୍ୟ ୨୩,୯୯୯ ଟଙ୍କା ରହିଛି । ଏହାର ଅନ୍ୟ ଦୁଇଟି ଭାରିଏଣ୍ଟ 8GB+256GB ଓ 12GB+256GB ର ଦାମ ଯଥାକ୍ରମେ ₹୨୪,୯୯୯ ଓ ₹୨୬,୯୯୯ ରହିଛି । ଏହା ୩ଟି କଲର ଅପସନ Galaxy Purple, Nebula Glow ଓ Saturn Brownରେ ଉପଲବ୍ଧ । ଗ୍ରାହକମାନେ କମ୍ପାନୀର ୱେବସାଇଟ୍ ଓ ଫ୍ଲିପକାର୍ଟରୁ ଫେବୃଆରୀ ୨୫ ତାରିଖରୁ କିଣିପାରିବେ ।

ରିଅଲମି P3x 5G ସମ୍ପର୍କରେ ଆଲୋଚନା କରିବା ଏହା ଦୁଇଟି ଭାରିଏଣ୍ଟ 6GB+128GB ଓ 8GB+128GB ସହିତ ଉପଲବ୍ଧ । ତେବେ ଏହାର ଦାମ ଯଥାକ୍ରମେ ₹୧୩,୯୯୯ ଓ ₹୧୪,୯୯୯ରହିଛି । ଏହା 3ଟି କଲର ବିକଳ୍ପ ରହିଛି Lunar Silver, Midnight Blue ଓ Stellar Pink । ଗ୍ରାହକ ଫେବୃଆରୀ 28 ତାରିଖରୁ ରିଅଲମି ୱେବସାଇଟ୍ ଓ ଫ୍ଲିପକାର୍ଟରୁ କିଣିପାରିବେ ।
Realme P3 Pro ଭାରିଆଣ୍ଟରେ ୬.୮୩ ଇଞ୍ଚ ୧.୫K କ୍ବାଡ୍-କର୍ଭଡ୍ AMOLED ଡିସପ୍ଲେ, ୧୫୦0ନିଟ୍ସ ପିକ୍ ବ୍ରାଇଟନେସ୍, ୧୨୦Hz ରିଫ୍ରେସ୍ ରେଟ୍ ରହିଛି । । ଏଥିରେ Snapdragon 7s Gen 3 ଚିପସେଟ୍ ରହିଛି । P3 Proର ଏକ ବିଶେଷ ଫିଚର୍ସ ହେଉଛି ଏହାର ୬,୦୦୦mAh ବ୍ୟାଟେରୀ, ଯାହା ୮୦W ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରେ । 50MP Sony IMX896 ଡୁଆଲ କ୍ୟାମେରା, 16MP Sony IMX480 ଫ୍ରଣ୍ଟ କ୍ୟାମେରା ରହିଛି । ଇନ-ଡିସପ୍ଲେ ଫିଙ୍ଗରପ୍ରିଣ୍ଟ ସେନ୍ସର, ସର୍କଲ-ଟୁ-ସର୍ଚ୍ଚ, ୱେଟ୍ ଟଚ୍ ଟେକ୍ନୋଲୋଜି, ଭିସି କୁଲିଂ ସିଷ୍ଟମ, ଏଆଇ ଇରେଜ 2.0, ଏଆଇ ରିଫ୍ଲେକ୍ସନ ରିମୁଭର । ପାଣି ଓ ଧୂଳି ପ୍ରତିବନ୍ଧକ ଲାଗି IP66, IP68, IP69 ରେଟିଂ ରହିଛି ।

Realme P3x 5Gରେ 6000mAh ବ୍ୟାଟେରୀ, 45W SUPERVOOC ଚାର୍ଜିଂ ସପୋର୍ଟ ରହିଛି । ପାଣି ଏବଂ ଧୂଳିରୁ ସୁରକ୍ଷିତ ରଖିବା ପାଇଁ ଡିଭାଇସ IP66+IP68+IP69 ରେଟିଂ ପାଇବ । ଏଥିରେ ୧୨୦Hz ରିଫ୍ରେସ୍ ରେଟ୍ ରହିବ । କ୍ୟାମେରା ସେଟଅପ୍ ବିଷୟରେ କହିବାକୁ ଗଲେ ଏଥିରେ 50MP ଡୁଆଲ୍ ରିୟର କ୍ୟାମେରା ଯୋଗାଇ ଦିଆଯାଇଛି ।
Comments are closed.