Latest Odisha News

BREAKING NEWS

ଆଜିଠୁ ଦିଲ୍ଲୀରେ ରେଖା ସରକାର, ରାମଲୀଲା ମୈଦାନରେ ଭବ୍ୟ ଆୟୋଜନ

ନୂଆଦିଲ୍ଲୀ: ଆଜିଠୁ ଦିଲ୍ଲୀରେ ରେଖା ସରକାର। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ରେଖା ଗୁପ୍ତା। ଆଉ କିଛି ଘଣ୍ଟା ପରେ ରାମଲୀଲା ମୈଦାନରେ ହେବ ଭବ୍ୟ ଶପଥ ଗ୍ରହଣ ସମାରୋହ। ଏହି ସମାରୋହ ପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି ସରିଛି। ଶାଲିମାରବାଗ ବିଧାନସଭା ଆସନରୁ ନିର୍ବାଚିତ ହୋଇଛନ୍ତି ରେଖା।

ଦିଲ୍ଲୀର ନୂଆ ସରକାରଙ୍କ ଶପଥ ଗ୍ରହଣ ସମାରୋହ ଦିନ ପ୍ରାୟ ୧୧ଟାରେ ଆରମ୍ଭ ହେବ। ମୁଖ୍ୟମନ୍ତ୍ରୀ ଭାବେ ରେଖା ଗୁପ୍ତା ଏବଂ ଉପମୁଖ୍ୟମନ୍ତ୍ରୀ ଭାବେ ପରବେଶ ବର୍ମା ଏବଂ ନବଗଠିତ କ୍ୟାବିନେଟ୍ ମଧ୍ୟ ପଦ ଓ ଗୋପନୀୟତାର ଶପଥ ନେବେ। ଶପଥ ପାଠ କରାଇବେ ଉପ ରାଜ୍ୟପାଳ ଭି.କେ.ସକ୍ସେନା । ଆଜି ରେଖା ଓ ପରବେଶଙ୍କ ସମେତ ୧୦ ବିଧାୟକ ଶପଥ ନେଇପାରନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।

ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କ ସମେତ ଅନେକ କେନ୍ଦ୍ରମନ୍ତ୍ରୀ, ବିଜେପିର ଶୀର୍ଷ କେନ୍ଦ୍ରୀୟ ନେତୃତ୍ବ ଏବଂ NDA ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ୨୦ରାଜ୍ୟର ମୁଖ୍ୟମନ୍ତ୍ରୀ ଏଥିରେ ସାମିଲ ହୋଇପାରନ୍ତି ବୋଲି କୁହାଯାଉଛି ବିଶିଷ୍ଟ ଉଦ୍ୟୋଗପତି, ସାଧୁସନ୍ଥ, ସେଲିବ୍ରିଟିଙ୍କ ସମେତ ବହୁ ଭିଆଇପି ଅତିଥି ଶପଥ ସମାରୋହରେ ଯୋଗ ଦେବେ।

Comments are closed.