Latest Odisha News

ସମ୍ବଲପୁର ବିଶ୍ବବିଦ୍ୟାଳୟ ଛାତ୍ରୀଙ୍କୁ ସଂଘବଦ୍ଧ ଆକ୍ରମଣ, କ୍ଷତାକ୍ତ ଅବସ୍ଥାରେ ଉଦ୍ଧାର

ସମ୍ବଲପୁର: ବୁର୍ଲାରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ବିଶ୍ବବିଦ୍ୟାଳୟ ଛାତ୍ରୀ ଉଦ୍ଧାର। ମେଟାକାନି ଅଞ୍ଚଳରୁ ଉଦ୍ଧାର କଲା ପୋଲିସ। ୧୦ରୁ ୧୨ ଜଣ ଦୁର୍ବୃତ୍ତ ସଂଘବଦ୍ଧ ଆକ୍ରମଣ କରିଥିବା ଅଭିଯୋଗ ଆସିଛି। ଛାତ୍ରୀଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି।

ଛାତ୍ରୀଙ୍କୁ କାହିଁକି ଆକ୍ରମଣ କରିଛନ୍ତି ସେନେଇ କୌଣସି ବିଶେଷ ସୂଚନା ମିଳିନାହିଁ। ସୂଚନା ଅନୁସାରେ, ଛାତ୍ରୀଙ୍କ ମୁଣ୍ଡରେ ଆଘାତ ଲାଗିଛି। ତେବେ ଏକ ଭଙ୍ଗା ଘର ଭିତରୁ ତାଙ୍କୁ ଉଦ୍ଧାର କରାଯାଇଛି। ୟୁନିଭର୍ସିଟିର ପାଖାପାଖି ୩୦୦ ମିଟର ଦୂରରେ ଏକ ଢାବା ଅଛି। ସେହି ଢାବା ନିକଟରେ ଥିବା ଏକ ଭଙ୍ଗା ଘରୁ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି।

ଘଟଣା ସମ୍ପର୍କରେ ପୋଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ଛାତ୍ରୀଙ୍କୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ତଦନ୍ତ ପରେ ଘଟଣାରେ ସତ୍ୟତା ଜଣାପଡିବ ବୋଲି ଆଶା କରାଯାଉଛି। ତେବେ କୌଣସି ଚିହ୍ନା ପିଲା ତାଙ୍କୁ ସେଠାକୁ ଡାକି ନେବା ପରେ ଆକ୍ରମଣ କରାଯାଇଛି ଏବଂ ପଥରରେ ତାଙ୍କ ମୁ୍‌ଣ୍ଡକୁ ଆକ୍ରମଣ ହୋଇଥିବା କୁହାଯାଉଛି। ରାତି ପାଖପାଖି ୧୨ଟା ସମୟରେ ଏହି ଘଟଣା ଘଟିଥିବା କୁହାଯାଉଛି।

 

Comments are closed.