Latest Odisha News

BREAKING NEWS

ଝିଅଙ୍କୁ ମିଳିବ ମାଗଣା ସ୍କୁଟି, ଜାଣନ୍ତୁ କେମିତି

ଲକ୍ଷ୍ନୌ: ଦେଶରେ ମହିଳା ସଶକ୍ତିକରଣକୁ ପ୍ରୋତ୍ସାହିତ କରିବା ପାଇଁ, ସରକାର ବିଶେଷକରି ମହିଳା ଏବଂ ବାଳିକାମାନଙ୍କ ପାଇଁ ଯୋଜନା ଆଣିଛନ୍ତି। ଦେଶର କୋଟି କୋଟି ମହିଳା ଏହି ସରକାରୀ ଯୋଜନାଗୁଡ଼ିକରୁ ଲାଭ ପାଇଥାନ୍ତି। କେନ୍ଦ୍ର ସରକାରଙ୍କ ବ୍ୟତୀତ ବିଭିନ୍ନ ରାଜ୍ୟର ରାଜ୍ୟ ସରକାର ମଧ୍ୟ ଝିଅମାନଙ୍କ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରିଥାନ୍ତି । ତେବେ ଏହାରି ମଧ୍ୟରେ ଉତ୍ତର ପ୍ରଦେଶ ସରକାର ମଧ୍ୟ ଝିଅ ମାନଙ୍କ ପାଇଁ ଏଥର ବଜେଟରେ ଏକ ନୂତନ ଯୋଜନା ଆରମ୍ଭ କରିଛନ୍ତି । ୨୦୨୨ ମସିହାରେ ଆରମ୍ଭ ହୋଇଥିବା ରାଣୀ ଲକ୍ଷ୍ମୀବାଇ ସ୍କୁଟି ଯୋଜନା ପାଇଁ ୪୦୦ କୋଟି ଟଙ୍କାର ବଜେଟ୍ ଅନୁମୋଦନ କରାଯାଇଛି। ଏହି ଯୋଜନା ଅଧୀନରେ ରାଜ୍ୟର ଝିଅମାନଙ୍କୁ ମାଗଣା ସ୍କୁଟି ଦିଆଯିବ।

କହିରଖୁଛୁ ଯେ, ସରକାରଙ୍କ ପକ୍ଷରୁ ଏହି ମାଗଣା ସ୍କୁଟି ମେଧାବୀ ଛାତ୍ରୀମାନଙ୍କୁ ଦିଆଯିବ। ଝିଅମାନଙ୍କୁ ପଢ଼ିବା ପାଇଁ ଉତ୍ସାହିତ କରିବା ଏବଂ ଏଥିପାଇଁ ସେମାନଙ୍କୁ ସାହାଯ୍ୟ ଯୋଗାଇବା ହେଉଛି ଏହି ଯୋଜନାର ଲକ୍ଷ । ଏଥିପାଇଁ କିଛି ଯୋଗ୍ୟତା ମାନଦଣ୍ଡ ରହିଛି । ଆବେଦନ କରୁଥିବା ଛାତ୍ରୀ ଉତ୍ତର ପ୍ରଦେଶର ବାସିନ୍ଦା ହେବା ଉଚିତ। ଛାତ୍ରୀ ଜଣଙ୍କ ଦ୍ୱାଦଶ ଶ୍ରେଣୀରେ ଭଲ ନମ୍ବର ରଖିଥିବା ଆବଶ୍ୟକ। କେବଳ ସେତିକି ନୁହେଁ ସ୍ନାତକ ଏବଂ ସ୍ନାତକୋତ୍ତରରେ ଭଲ ପ୍ରଦର୍ଶନ ଉପରେ ଚୟନ ଆଧାରିତ ହେବ।
ପରିବାରର ବାର୍ଷିକ ଆୟ ୨.୫ ଲକ୍ଷ ଟଙ୍କାରୁ ଅଧିକ ହେବା ଉଚିତ୍ ନୁହେଁ।

ଉତ୍ତର ପ୍ରଦେଶର ଗ୍ରାମାଞ୍ଚଳର ଅନେକ ଝିଅ ଉଚ୍ଚଶିକ୍ଷା ପାଇଁ ସହରକୁ ଯିବାର ସାମର୍ଥ୍ୟ ନ ଥିବାରୁ ସେମାନଙ୍କର ଶିକ୍ଷା ଅଧା ରାସ୍ତାରେ ଛାଡି ଦିଅନ୍ତି। ଦ୍ୱାଦଶ ଶ୍ରେଣୀରେ ଭଲ ଫଳାଫଳ ଆଣିଥିବା ଝିଅମାନଙ୍କୁ ଉତ୍ତର ପ୍ରଦେଶ ସରକାର ମାଗଣା ସ୍କୁଟି ଯୋଗାଇବେ। ସରକାରଙ୍କ ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ ରାଜ୍ୟ ବୋର୍ଡ ଏବଂ ସିବିଏସ୍‌ଇ ବୋର୍ଡରେ ପଢ଼ୁଥିବା ଝିଅ ଛାତ୍ରୀମାନେ ମଧ୍ୟ ଏହି ଯୋଜନାର ଲାଭ ପାଇବେ।

Comments are closed.