Latest Odisha News

BREAKING NEWS

କଂଗ୍ରେସ ଅଣଦେଖା କଲେ ମୋ ପାଖରେ ବିକଳ୍ପ ଅଛି: ଶଶି ଥରୁର

ନୂଆଦିଲ୍ଲୀ: କଂଗ୍ରେସ ଏବଂ ଶଶି ଥରୁରଙ୍କ ମଧ୍ୟରେ ଫାଟ ଥିବା ନେଇ ଚର୍ଚ୍ଚା ହେଉଛି। ନିକଟରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା କରିବାପରେ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। କେରଳର ଏଲଡିଏଫ ସରକାରଙ୍କ ପ୍ରଶଂସା କରିବାପରଠାରୁ କଂଗ୍ରେସ ଶଶିଙ୍କ ଉପରେ କ୍ଷୁବ୍ଧ ଥିବା ଜଣାପଡିଛି। କାରଣ ତାଙ୍କର କିଛି ବୟାନ ସାମ୍ନାକୁ ଆସିଛି ଯାହାକି ରାଜନୀତିରେ ହଇଚଇ ସୃଷ୍ଟି କରିଛି।

ଶଶି ଥରୁର କହିଛନ୍ତି ଯେ ସେ ସବୁବେଳେ ପାର୍ଟି ପାଇଁ ପ୍ରସ୍ତୁତ। କିନ୍ତୁ ଯଦି କଂଗ୍ରେସ ତାଙ୍କର ଆବଶ୍ୟକତାକୁ ଅନୁଭବ କରିବ ନାହିଁ ତାହେଲେ ତାଙ୍କ ପାଇଁ ଅନେକ ଗୁଡିଏ ‘ବିକଳ୍ପ’ ଅଛି। ଯାହାପରେ ସେ ଦଳଛାଡ଼ି ବିଜେପି କିମ୍ବା ଏଲଡିଏଫ ଦଳ ମୁହାଁ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

କେବଳ ଏତିକି ନୁହେଁ ଶଶି କେରଳରେ କଂଗ୍ରେସର ବର୍ତ୍ତମାନର ସ୍ଥିତି କଥା ମଧ୍ୟ କହିଛନ୍ତି। ସେ କହିଛନ୍ତି ଯେ ଯଦି କଂଗ୍ରେସ ନିଜ ସପକ୍ଷରେ ଜନ ସମର୍ଥନ ବୃଦ୍ଧି ନ କରିପାରିବ ତାହେଲେ କଂଗ୍ରେସ ଲଗାତାର ତୃତୀୟ ଥର ପାଇଁ କେରଳରେ ବିରୋଧୀ ଦଳ ଆସନରେ ବସିବ। ତେବେ ଆସନ୍ତା ବର୍ଷ କେରଳରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି।

ସେ ଆହୁରି ମଧ୍ଯ କହିଛନ୍ତି ଯେ ଥିରୁବନନ୍ତପୁରମରେ ତାଙ୍କୁ ସମର୍ଥନ କରୁଥିବା ଜନତାଙ୍କ ସଂଖ୍ୟା ଦଳ ଅପେକ୍ଷାକୃତ ଅଧିକ। କାରଣ ସେଠାକାର ଲୋକମାନେ ତାଙ୍କ କଥାବାର୍ତ୍ତା ଏବଂ ବ୍ୟବହାରକୁ ପସନ୍ଦ କରନ୍ତି। ଯେଉଁମାନେ ସାଧାରଣତଃ କଂଗ୍ରେସର ବିରୋଧୀ ଅଟନ୍ତି ସେମାନେ ମଧ୍ୟ ତାଙ୍କୁ ଭୋଟ ଦେଇଥାନ୍ତି।

Comments are closed.