ଭୁବନେଶ୍ବର: ପିସିସିଏଫର ନୂଆ ମୁଖ୍ୟ ହେଲେ ଆଏଫଏସ ସୁଶାନ୍ତ ପନ୍ତ । ୧୯୯୦ ବ୍ୟାଚ୍ର ଆଇଏଫଏପ ସୁରେଶ ପନ୍ତଙ୍କୁ ନୂଆ ପିସିସିଏଫ ଭାବେ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।
ଆଇଏଫଏସ ସୁରେଶ ପନ୍ତ ହେଲେ ନୂଆ ପିସିସିଏଫ ମୁଖ୍ୟ । ୧୯୯୦ ବ୍ୟାଚର ଆଇଏଫଏସ ସୁରେଶ ପନ୍ତ ଓଡିଶା ଫରେଷ୍ଟ ଡେଭଲପମେଣ୍ଟ କର୍ପୋରେସନର ଏମଡି ଥିଲେ । ପୂର୍ବରୁ ପିସିସିଏଫ ଭାବେ ଦେବୀଦତ୍ତ ବିଶ୍ୱାଳଙ୍କ କାର୍ଯ୍ୟ କରୁଥିବା ବେଳେ ଏବେ ତାଙ୍କ ସ୍ଥାନରେ କାର୍ଯ୍ୟ କରିବେ ଆଇଏଫଏସ ସୁଶାନ୍ତ ପନ୍ତ ।
ବର୍ତ୍ତମାନ, ସୁଶାନ୍ତ ପନ୍ତ, ୨୦୨୧ ମସିହାରୁ ଓଡ଼ିଶା ବନ ଉନ୍ନୟନ ନିଗମ (ଓଏଫଡିସି) ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଛନ୍ତି ।
ତେବେ ଆଇଏଫଏସ ସୁଶାନ୍ତ ପନ୍ତ, ଉତ୍ତରାଖଣ୍ଡର ବାସିନ୍ଦା । ପଦାର୍ଥ ବିଜ୍ଞାନରେ ଏମଏସସି ହାସଲ କରିଛନ୍ତି । ଓଏଫଡିସିରେ ଯୋଗଦାନ ପୂର୍ବରୁ, ସେ ନଭେମ୍ବର ୨୪, ୨୦୧୫ ରୁ ଜୁଲାଇ ୨୨, ୨୦୧୮ ପର୍ଯ୍ୟନ୍ତ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସର୍କଲର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ବା ଆରସିସିଏଫ ଭାବରେ କାର୍ଯ୍ୟ କରିଥିଲେ । ଏହାପରେ, ତାଙ୍କୁ ଜୁଲାଇ ୨୫, ୨୦୧୮ରେ ବ୍ରହ୍ମପୁର ସର୍କଲର ଆରସିସିଏଫ ଭାବରେ ନିଯୁକ୍ତି ଦିଆଯାଇଥିଲା ।
Comments are closed.