Latest Odisha News

BREAKING NEWS

ମିଳିବ ୫ମ ପର୍ଯ୍ୟାୟ ସୁଭଦ୍ରା ଯୋଜନା ଟଙ୍କା, ଉପକୃତ ହେବେ ୧ କୋଟିରୁ ଉର୍ଦ୍ଧ୍ବ ମହିଳା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା ମାର୍ଚ୍ଚ ୬ରେ ମିଳିବ । ୬ ତାରିଖରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ ଟଙ୍କା । ଏହି ପର୍ଯ୍ୟାୟରେ ରାଜ୍ୟର ପ୍ରାୟ ୧.୭ ଲକ୍ଷ ମହିଳା ପ୍ରଥମ କିସ୍ତି ପାଇବେ । ବିଭିନ୍ନ କାରଣ ପାଇଁ ଯେଉଁମାନେ ସୁଭଦ୍ରା ଟଙ୍କା ପାଇନାହାଁନ୍ତି, ସେମାନେ ଏକାବେଳେ ଦୁଇଟି କିସ୍ତି ଅର୍ଥାତ ୧୦ ହଜାର ଟଙ୍କା ପାଇବେ।

ସେହିପରି, ମାର୍ଚ୍ଚ ୮ ଅର୍ନ୍ତଜାତୀୟ ମହିଳା ଦିବସ ଅବସରରେ ପ୍ରାୟ ୧ କୋଟି ମହିଳାଙ୍କୁ ଦ୍ୱିତୀୟ କିସ୍ତିର ପ୍ରଥମ ପର୍ଯ୍ୟାୟ ସହାୟତା ରାଶି ପ୍ରଦାନ କରାଯିବ । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଶନିବାର ସୂଚନା ଦିଆଯାଇଛି ।

ହିତାଧିକାରୀ ମହିଳାଙ୍କ ଖାତାକୁ ଉଭୟ କିସ୍ତି ବାବଦକୁ ୫ ହଜାର ଟଙ୍କା ଲେଖାଏଁ ଯିବ । ପୂର୍ବରୁ ୪ଟି ପର୍ଯ୍ୟାୟରେ ମହିଳା ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ପ୍ରଥମ କିସ୍ତି ଟଙ୍କା ଯାଇଥିଲା । ଯାଜପୁର ବ୍ୟାସନଗରରରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଟଙ୍କା ବଣ୍ଟନ କରିଥିଲେ । ୧୮ ଲକ୍ଷରୁ ଅଧିକ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଥିବାବେଳେ,  ଏଥିରୁ ପ୍ରାୟ ୨ଲକ୍ଷ ମହିଳା ବାଦ୍‌ ପଡ଼ିଛନ୍ତି । ତେଣୁ ବାଦ୍‌ ପଡ଼ିଥିବା ମହିଳାଙ୍କୁ ପଞ୍ଚମ ପର୍ଯ୍ୟାୟରେ ପ୍ରଥମ କିସ୍ତି ଦିଆଯିବ ବୋଲି କୁହାଯାଇଛି ।

ଯିଏ ଆଦୌ ଆବେଦନ କରିନାହାଁନ୍ତି ସେମାନେ ଯଦି ଏବେ ଆବେଦନ କରନ୍ତି ତେବେ ମାର୍ଚ୍ଚ ୮ ତାରିଖରେ ଦୁଇଟି କିସ୍ତି ଟଙ୍କା ପାଇବେ ବୋଲି ସୂଚନା ରହିଛି ।

Comments are closed.